ରାୟଗଡା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଦୁର୍ଗମ ଅଞ୍ଚଳ ପରିଦର୍ଶନ

6
50
ରାୟଗଡା ଅତିରିକ୍ତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୭/୧୧) : ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନ ଜିଲ୍ଲାର ଦୁର୍ଗମ ଅଞ୍ଚଳ ପାର୍ସଲୀ ଓ ବିଷମ କଟକ ବ୍ଲକ ପରିଦର୍ଶନରେ ଯାଇଥିଲେ ।Whatsapp Image 2023 11 18 At 10.37.29

ଗତ ୧୫.୧୧.୨୩ରିଖ ଦିନ କଲ୍ୟାଣୀସିଂପୁର ବ୍ଲକର ଆଦିମ ଜନଜାତି ବସବାସ କରୁଥିବା ପାର୍ସଲୀ ଅଞ୍ଚଳ ପରିଦର୍ଶନରେ ଯାଇଥିଲେ l ପାର୍ସଲୀ ଡିକେଡିଏର ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଥିଲେ । ଅତିରିକ୍ତ ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ କଲ୍ୟାଣୀସିଂପୁର ତହସିଲଦାର ରଞ୍ଜନ କୁମାର ମନସେଠ l ସେହିପରି ଆଜି ତା.୧୭/୧୧/୨୩ ରିଖରେ ବିଷମ କଟକ ଡିକେଡିଏ ଅନ୍ତର୍ଗତ ଖମ୍ବେସି, କୁର୍ଲି ଓ ଖଜୁରୀ ଅଞ୍ଚଳ ପରିଦର୍ଶନ କରିଥିଲେ l ଜନଜାତିଙ୍କ ସହିତ ଆଲୋଚନା ସାଙ୍ଗକୁ ସେମାନଙ୍କ ଆର୍ଥିକ, ସାମାଜିକ, ଜୀବନ ଜୀବଜୀବିକା, ସଂସ୍କୃତି ଓ ପରମ୍ପରା ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ବିଶେଷ କରି ଗମନା ଗମନ, ଶିକ୍ଷା, ସଂସ୍କୃତି ଉପରେ ଅନୁଧ୍ୟାନ କରିଥିଲେ l ବିଷମ କଟକ ବ୍ଲକର ଡିକେଡିଏ ପରିଦର୍ଶନ ବେଳେ ସ୍ୱତନ୍ତ୍ର ଅଧିକାରୀ ଜଗତଜିବନ ଭଗର୍ତି, ସରପଞ୍ଚ, ଗୋଷ୍ଠୀ ସଂସlଧକ, ଆକୁସୁସ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ଥିଲେ l

6 COMMENTS

Comments are closed.