ସିପିଆଇ (ଏମ ଏଲ) ଲିବରେସନର ଜନ ଆକ୍ରୋଶ ସମାବେଶ

0
62
ସିପିଆଇ (ଏମ ଏଲ)

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୮/୧୧) : ଆଜି ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ଗୁଣପୁର ବାଇପାସ୍ ଛକରେ ସ୍ଥିତ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ, ଜନ ଆକ୍ରୋଶ ସମାବେଶର ବିଶାଳ ଶୋଭାଯାତ୍ରା ବାହାରିଥିଲା ।Whatsapp Image 2023 11 18 At 17.47.35

ହାତରେ ଲାଲ ପତାକା ଧରି ହଜାର ହଜାର ମହିଳା ଓ ପୁରୁଷ ବିଜେପି ହଟାଅ ଦେଶ ବଞ୍ଚାଅ ନାରାରେ ଗୁଣପୁର ସହର ପ୍ରକମ୍ପିତ ହୋଇ ଉଠିଥିଲା । ଏହା ପରେ ସଭାପତି ଭାବେ ତ୍ରିପତି ଗମାଙ୍ଗ ଙ୍କୁ ଦାୟିତ୍ବ ପ୍ରଦାନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ସି ପି ଆଇ (ଏମଏଲ) ଲିବରେସନ ର ପଲିଟିବ୍ୟୁରୋ ସଦସ୍ୟ ଜନାର୍ଦ୍ଦନ ପ୍ରସାଦ ଓ ଯୁଧିଷ୍ଟର ମହାପାତ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧି ନିତି କୁ ସମାଲୋଚନା କରିବା ସହ ଫାସିଷ୍ଟ ମୋଦୀ ସରକାରକୁ ପରାସ୍ତ କରି ଗଣତନ୍ତ୍ର ଓ ସମ୍ବିଧାନକୁ ରକ୍ଷାକରିବା, ଜମି, ଜଳ, ଜଙ୍ଗଲ ଖଣିଜ ସମ୍ପଦକୁ କର୍ପୋରେଟ ହାତରେ ଟେକି ଦେବା , କେଦ୍ରର ମୋଦୀ ସରକାର ସମସ୍ତ ସମ୍ବିଧାନିକ ବିଧି ବ୍ଯବସ୍ଥାର ଉଲଘଂନ ସହ ଇଡି ଓ ସିବିଆଇ କୁ ଦଳୀୟ ସ୍ୱାର୍ଥ ରେ ବ୍ୟବହାର କରି ବିରୋଧୀ ମାନଙ୍କର କଷ୍ଟରୋଧ କରିବା, ସରକାର ଧର୍ମ ନିରପେକ୍ଷ ରାସ୍ତା ଛାଡି ଧର୍ମାନ୍ଦ ହିନ୍ଦୁ ରାଷ୍ଟ୍ର ଗଠନ କରିବା ଘଟଣା ବିରୁଦ୍ଧରେ ଓ ନିର୍ବାଚନରେ ବିଜେପି ଓ ବିଜେଡି ବିରୁଦ୍ଧରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଥିଲେ ।

ଆଜିର ଏହି ଜନ ଆକ୍ରୋସ ସମାବେଶରେ ରାଧାକାନ୍ତ ସେଠି (ପୂର୍ବତନ ବିଧାୟକ), ମହେନ୍ଦ୍ର ପରିଡା (ଶ୍ରମିକ ନେତା), ଅଶୋକ ପ୍ରଧାନ (କୃଷକ ନେତା), ଅନାସିମ ଶବର (କୃଷକ ସଭାପତି), ମୁନି ଶବର (ସଭାପତି ପାଚିକା ), ଇସମିନ ରାଇକା, ମେଦିରି ଗରଡିଆ, ବୃନ୍ଦବନ ବିଡିକା ପ୍ରମୁଖ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।