୧୪ତମ ଜୟ ଡ଼ଙ୍ଗର ବୁଢ଼ା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଅନୁଷ୍ଠିତ

0
52
୧୪ତମ ଜୟ ଡ଼ଙ୍ଗର

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨୧/୧୧) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ସିରୋଲ ଜିପି ସଦରମହକୁମା ବିଶିପିଟନ ଖେଳ ପଡିଆ ଠାରେ ୧୪ତମ ଜୟ ଡ଼ଙ୍ଗରବୁଢା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।Whatsapp Image 2023 11 21 At 19.19.48

ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ରୂପେ ଡବ୍ଲୁଡିସି ସଦସ୍ୟ ଶ୍ରୀ ହଂସରାଜ ଜୈନ ଓ ବିଶିଷ୍ଟ ସମ୍ମାନିତ ଅତିଥି ରୂପେ ବିଜେଡି ଯୁବ ନେତା ଅବସରପ୍ରାପ୍ତ ବ୍ଲେକ କାମାଣ୍ଡୋ ଶ୍ରୀ ଗିରିରାଜ ସିଂ ମାଝୀ ଯୋଗଦାନ କରିଥିଲେ । ୧୦ ଓଭର ବିଶିଷ୍ଟ କ୍ରିକେଟ ଫାଇନାଲ ମ୍ୟାଚରେ ଧାମନଡ଼ଙ୍ଗା କ୍ରିକେଟ ଦଳ ଟସ ଜିତି ଫିଲ୍ଡିଂ ନେଇଥିଲା । ମ୍ୟାଚକୁ ଖକସା କ୍ରିକେଟ ଦଳ ୨୧ ରନରେ ଜିତି ବିଜୟୀ ହୋଇଥିଲା ।

ଅନ୍ୟତମ ଅତିଥି ରୂପେ ଯୋଗଦାନ କରିଥିଲେ ବରିଷ୍ଠ ବିଜେଡି ନେତା ଶ୍ରୀ ଦିଲୀପ ପୃଷ୍ଟି, ଆଶାତୁଲ୍ଲା ଖାଁ, ମାମରାଜ ଜୈନ,ତପନ ଦୀପ, ପିଣ୍ଟୁ ଦୀପ, ପାର୍ଥ ପ୍ରଧାନୀ ଯୋଗଦାନ କରିଥିଲେ ଏବଂ ମ୍ୟାଚକୁ ସହଯୋଗ କରିଥିଲେ ନିରନ ଭୋଇ,ବିରଞ୍ଚି ଛୁରା,ଦ୍ଵିତୀବାହାନ ପ୍ରଧାନୀ, ଗଜପତି ହାତୀ, ଆକାଶ ଘିଭେଳା ଓ ମ୍ୟାଚ ପରିଚାଳନା କରିଥିଲେ ଶ୍ରୀ ଥୟରାଜ ପ୍ରଧାନୀ ଓ ଚନ୍ଦ୍ରଶେଖର ପ୍ରଧାନୀ ସମେତ ସିରୋଲ ଜୟ ଡ଼ଙ୍ଗରବୁଢା କ୍ରିକେଟ ଦଳର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଅତିଥି ବୃନ୍ଦ ଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳଙ୍କୁ ଟ୍ରଫି ଓ ଚେକ ପ୍ରଦାନ କରିଥିଲେ ।