କାଳୀ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା

0
34
କାଳୀ ପୂଜାରେ ସାଂସ୍କୃତିକ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୧୧) : ସାର୍ବଜନିନ କାଳୀପୂଜା ମୋହତ୍ସବ ୨୦୨୩ ଅବସରରେ ସୋନପୁର ମଝିପଡ଼ା ରାମଧୁନ୍ କ୍ଳବ୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟନାରାୟଣ ଦାଶ, ସମାଜସେବୀ ଶ୍ରୀବତ୍ସମଲ୍ଲିକ, ଧରମରାଜ ସିଂହ ବରିହା, କଇଁରୁ ସ୍ୱାଇଁ, ଚମ୍ପେଶ୍ୱର୍ ଥନାପତି, ଭୋକୋ ଡୋ ସ୍ୱାଇଁ, ମୋନବୋଧ ଭୋଇ ଯୋଗ ଦେଇ ସବଜୁନିଅର, ଜୁନିୟର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ।ଅଭିନାସ ହୋତା ସଭା ସଂଯୋଜନା ଓ ମୋନରଞ୍ଜନ୍ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ସିନିୟର୍ ବର୍ଗର ବିଜେତା ମାନଙ୍କୁ ଆଜି ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଜିବ । ଆଜି ୨୪ ତାରିଖ ସନ୍ଧ୍ୟା ସମୟରେ ଯାମସେଦପୂର୍ ବଲିଉଡ ମିଉଜିକାଲ ନାଇଟ ମେଲୋଡି ଓ ଆସନ୍ତା କାଲି ୨୫ ତାରିଖ ସନ୍ଧ୍ୟା ସମୟରେ ଉମାକାନ୍ତ ବାରିକ୍ ଓ ସାଥୀ କଳାକାରଙ୍କ ଦ୍ଵାରା ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜାର ମୁଖ୍ୟ ଆୟୋଜକ ତଥା ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା ମିଡିଆକୁ ସୂଚନା ଦେଇଛନ୍ତି ।