କୋଟସମଲାଇ-କାଦୋଦର ରାସ୍ତା ମରଣଯନ୍ତା, ଚେଇଁ ଶୋଇଛି ଆରଡି ବିଭାଗ

0
35
କୋଟସମଲାଇ-କାଦୋଦର

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୨୫/୧୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇରୁ କାଦୋଦର ଯାଇଥିବା ଆରଡ଼ି ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାରେ ବଡ ବଡ ଗର୍ତ୍ତ ଖାଲ ଥିବାରୁ ନାହିଁ ନ ଥିବାର ଅସୁବିଧା ହେଉଛନ୍ତି ।Whatsapp Image 2023 11 25 At 19.13.37 (1)

ଏହି ବାଟ ଦେଇ ଛାତ୍ରଛାତ୍ରୀ ସ୍କୁଲ ପଢୁ ଆସୁଛନ୍ତି,ଲୋକମାନେ ବ୍ୟାଙ୍କ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିବା ବେଳେ ରାସ୍ତା ର ଅବସ୍ଥା ଅତି ଶୋଚନୀୟ ହୋଇଡିଛି । ଯାହା ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତା ରେ ପ୍ରତିଦିନ ହଜାର ହଜାର ଲୋକ ଯିବା ଆସିବା କରୁଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଛି । ରାସ୍ତାର ଖାଲ ଢିପ ହୋଇ ଗର୍ତ୍ତ ହୋଇଗଲାଣି । ଏହି ବାଟ ଦେଇ ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀ ଯାଉଥିଲେ ମଧ୍ୟ କାହାରିକୁ ଦେଖା ଯାଉ ନାହିଁ । ସବୁ ଜାଣିଶୁଣି ପ୍ରଶାସନ ଓ ରାଜନୈତିକ ନେତା ଚୁପ୍ ଥିବା ଲୋକମାନେ ଅଭିଯୋଗ କରିଛନ୍ତି ।

ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠି ଫଳଶୂନ । ଭୋଟ ସମୟରେ ନେତା ମାନେ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଅନ୍ତି ହେଲେ ସବୁ ଜାଣିଶୁଣି ଭୁଲି ଯାଉଥିବା ଲୋକମାନେ ଅଭିଯୋଗ କରିଛନ୍ତି । ବାରମ୍ବାର ଆରଡି ବିଭାଗ କୁ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି । ଦୀର୍ଘ ୮ କିମି ରାସ୍ତା ଶୋଚନୀୟ ହୋଇପଡିଛି । ଅତି ଶୀଘ୍ର ରାସ୍ତା ର ଉନ୍ନତି କରିବା ପାଇଁ ଲୋକମାନେ ଦାବି କରିଛନ୍ତି । ଅତି ଶୀଘ୍ର ରାସ୍ତା କାର୍ଯ୍ୟ ଆରମ୍ଭ ନହେଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।