ବାଇକ ଧକ୍କାରେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ

0
28
ବାଇକ ଧକ୍କାରେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୬/୧୧) : ବୌଦ୍ଧ ଜିଲ୍ଲା ଆଡେଣିଗଡ ଫାଣ୍ଡି ଅନ୍ତର୍ଗତ ବାରିଙ୍ଗ ଛକରେ ଶନିବାର ସଂନ୍ଧ୍ୟା ୬ ଟା ସମୟରେ ଏକ ବାଇକ ଧକ୍କାରେ ଜଣେ ସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୁରୁଣାକଟକ ଥାନା ଓ ଆଡେଣିଗଡ ଫାଣ୍ଡି ପୋଲିସ ଉପସ୍ଥିତ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛନ୍ତି । ସୂଚନା ପ୍ରକାରେ ବୌଦ୍ଧ ପଟୁ ଦଶପଲା ଆଡକୁ ଯାଉଥିବା ଓଡ଼ି୧୫ ଟି ୨୦୧୫ନମ୍ବର ବିଶିଷ୍ଟ ଏକ ବାଇକ ସାମନାରେ ଆସୁଥିବା ଏକ ସାଇକେଲକୁ ଧକ୍‌କା ଦେଇଥିଲା । ୫୭ ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ବାରିଙ୍ଗ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାଇକେଲ ଚାଳକ ଦ୍ରୋଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପୁରୁଣାକଟକ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।