ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଚକ୍ଷୁ ବିଭାଗ ଡାକ୍ତର

0
36
ଲାଞ୍ଚ ନେଇ ଭିଜିଲାନ୍ସ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୧୧) : ଆଜି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ଡାକ୍ତର ସଞ୍ଜୀବ କୁମାର କର ୫୫୦୦ ଟଙ୍କା ଲାଞ୍ଚ ଆଜି ନେଉଥିବା ବେଳେ ଧରିଲା ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ଟିମ ।

ଜଣେ ରୋଗୀଙ୍କ ଆଖି ଅପରେସନ ପାଇଁ ପଇସା ଡିମାଣ୍ଡ କରିଥିଲେ l ସେ ଲାଞ୍ଚ ନେବା ବେଳେ ଧରା ପଡ଼ିଥିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଭାଗ ଡାକ୍ତର ସଞ୍ଜୀବ କର । ବୀରମହାରାଜପୁର ବ୍ଲକ ଯାଲୋଏ ଗାଁ’ର ଲକ୍ଷ୍ମଣ ତ୍ରିପାଠୀ ତାଙ୍କ ଆଖି ଅପରେସନ ପାଇଁ ଡ଼ାକ୍ତରଖାନାକୁ ଯିବାରୁ ସଂପୃକ୍ତ ଡାକ୍ତର ପଇସା ଡିମାଣ୍ଡ କରିଥିଲେ l ତେବେ ସେ ଭିଜିଲାନ୍ସ ବିଭାଗ ର ଦ୍ବାରସ୍ଥ ହେଇଥିଲେ ଲକ୍ଷ୍ମଣ ଓ ଅପରେସନ ପାଇଁ ଏହି ଟଙ୍କା ଦେଉଥିଲେ । ଡାକ୍ତର ସଞ୍ଜୀବ କର ଙ୍କ ବଲାଙ୍ଗୀର ସୁଦପଡା ସ୍ଥିତ ନିଜର ବାସଭବନ , ସୋନପୁର ସହର ସ୍ଥିତ ସରକାରୀ ବାସଭବନ ଓ କ୍ଲିନିକରେ ତଲାସି ଚାଲିଥିଲା l ତଲାସି ବେଳେ ତାଙ୍କ ଠାରୁ ୨ ଲକ୍ଷ ୬ ହଜାର ୪୪୦ ଟଙ୍କା ଜବତ କରିଛି ସୂଚନା ଦେଇଛି ଭିଜିଲାନ୍ସ ବିଭାଗ l