ସ୍ୱାମୀ ନିଖୋଜ ନେଇ ଥାନାରେ ଏତେଲା ଦେଲେ ସ୍ତ୍ରୀ

0
36
ସ୍ୱାମୀ ନିଖୋଜ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୩୦/୧୧) : ମୁରିବାହାଲ ଥାନା ହଳଦୀ ସଦର ଗ୍ରାମ ପଞ୍ଚାୟତ ଜଣେ ବିବାହିତ ଯୁବକ ନିଖୋଜ ନେଇ ଥାନାରେ ଏତେଲା ହୋଇଛି ।Whatsapp Image 2023 11 30 At 13.46.34

ସୂଚନା ମୁତାବକ ହଳଦୀ ଗ୍ରାମର ଶ୍ରୀମତୀ ଭାରତୀ ବାଗ ଙ୍କ ସ୍ୱାମୀ ଭରତଲାଲ ବାଗ ବାହାର ରାଜ୍ୟକୁ ଯାଇ କାମ ଧନ୍ଦା କରି ପରିବାର କୁ ପ୍ରତିପୋଷଣ କରିଥାନ୍ତି । ଗତ ତାରିଖ ୧୪/୧୧ /୨୩ ଦିନ କାମ କରିବାପାଇଁ ଚେନାଇର ତ୍ରିପୁର ସହରକୁ ଯାଇଥିଲେ । ଗତ ୨୨/୧୧ /୨୩ ପର୍ଯ୍ୟନ୍ତ ସ୍ୱାମୀ ଭରତଲାଲ ସହିତ ଅନେକ ଥର କଥାବାର୍ତ୍ତା ହୋଇଛନ୍ତି । ଗତ ୨୨/୧୧/୨୩ ସନ୍ଧ୍ୟା ସମୟରୁ ତାଙ୍କ ସ୍ୱାମୀ ସହିତ କୌଣସି ପ୍ରକାର ଯୋଗାଯୋଗ ହୋଇ ପାରୁନାହିଁ । ଦୀର୍ଘ ୮ ଦିନ ହେଲା କୌଣସି ଯୋଗାଯୋଗ ହୋଇପାରିନାହିଁ । ପ୍ରତିଦିନ ଫୋନ ରେ ଭଲମନ୍ଦ କଥା ସହିତ ମୋର ଏକ ମାତ୍ର ପୁଅ ର କଥା ପଚାରୁଥିବା ବ୍ୟକ୍ତି ଦୀର୍ଘଦିନ ଧରି ଫୋନ ନ କରିବା ସନ୍ଦେହ ଜାତ ହେଉଛି ।

ଉପଯୁକ୍ତ ଅନୁସନ୍ଧାନ କରିବାପାଇଁ ସ୍ଥାନୀୟ ପୁଲିସ କୁ ଅନୁରୋଧ କରିଛନ୍ତି । ଏହି ସମ୍ପର୍କ ରେ ମୁରିବାହାଲ ଆଇଆଇସି ସୁପୋରା ସରୟା ଲୁଗୁନଙ୍କୁ ପଚାରିବାରୁ ଜଣେ ମହିଳା ତାଙ୍କ ସ୍ୱାମୀ ବାହାର ରାଜ୍ୟକୁ କାମ କରିବାପାଇଁ ଯାଇଛନ୍ତି ଆଉ କୌଣସି ଯୋଗାଯୋଗ ହୋଇପାରୁନଥିବା ଲିଖିତ ଅଭିଯୋଗ କରିଛନ୍ତି । ଏହି ସମ୍ପର୍କ ରେ ଆଇଆଇସି ଶ୍ରୀମତୀ ଲୁଗୁନ ଯେହେତୁ ବାହାର ରାଜ୍ୟର ଘଟଣା ହୋଇଥିବାରୁ ଯୋଗାଯୋଗ କରିବା ସହିତ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ ।