ଆଡ଼େଣୀଗଡ଼ରେ ପଞ୍ଚାୟତ ଓ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଘେରାଓ

0
31
ଆଡ଼େଣୀଗଡ଼ରେ ପଞ୍ଚାୟତ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୩/୧୨) : ପାଞ୍ଚ ଦଫା ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ହରଭଙ୍ଗା ବ୍ଲକ ର ଆଡେଣୀଗଡ଼ ପଞ୍ଚାୟତ ଏବଂ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଆଇନ୍ ଅମାନ୍ୟ ଆନ୍ଦୋଳନ କରିଛି ।Whatsapp Image 2023 12 02 At 22.03.10

ସଂଗଠନର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ବରେ ଏଵଂ ଜିଲ୍ଲା ଉପ ସଭାପତି ଦଶରଥ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଥାନୀୟ ଶିବ ମନ୍ଦିରରୁ ହାତରେ ପତାକା ଏବଂ ପ୍ଲା କାର୍ଡ ଧରି ଶତାଧିକ ଲୋକ ଶୋଭାଯାତ୍ରାରେ ଯାଇ ପଞ୍ଚାୟତ ଏବଂ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଦୁଇ ଘଣ୍ଟା କାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୌଣସି ଜିଲ୍ଲା ପ୍ରଶାସନ ଆନ୍ଦୋଳନ ସ୍ଥଳକୁ ନ ପହଞ୍ଚିବା ଫଳରେ ଶହ ଶହ ଭୂମି ହୀନ, ଡିହ ହୀନ, ବାସ ହୀନ ଏବଂ ରାସନ କାର୍ଡ ହୀନ ପୁରୁଷ ମହିଳା ବାଧ୍ୟ ହୋଇ ୫୭ ନମ୍ବର ଜାତୀୟ ରାଜପଥ କୁ ଅପରାହ୍ନ ତିନିଟା ବେଳେ ଅବରୋଧ କରିଥିଲେ । ଦୀର୍ଘ ଦେଢ଼ କାଳ ଜାତୀୟ ରାଜପଥ କୁ ଅବରୋଧ କରିବା ପରେ ହରଭଙ୍ଗା ର ଗୋଷ୍ଠି ଉନ୍ନୟନ ଅଧିକାରୀ ନାଏକ , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜାନୀ ଏବଂ ଅତିରିକ୍ତ ତହସିଲଦାର ସାମଲ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ ।

ବୌଦ୍ଧ ଜିଲ୍ଲାର ଭୂମିହୀନ ଙ୍କୁ ଦୁଇ ଏକର ଚାଷ ଜମି ପ୍ରଦାନ, ଦଶ ଦିସିମିଲ୍ ଘରବାରୀ ପ୍ରଦାନ, ବାସ ହୀନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ପ୍ରଦାନ, ଦୀର୍ଘଦିନ ଧରି ଜିଲ୍ଲାର ଧନୀ, ଜମିଦାରୀ, ମୁଷ୍ଟିମେୟ ଲୋକ ଜାଲିଆତି ଏବଂ ଚଞ୍ଚକତା କରି ହାତେଇ ଥିବା ଅନ୍ତଦ୍ୟୋୟ ଅର୍ଣ୍ଣପୂର୍ଣ୍ଣା ଯୋଜନା ତାଲିକାରୁ ରୁ ଅଯୋଗ୍ୟ ହିତାଧିକାରୀଙ୍କ ବାଦ୍ ଦେବା , ଜିଲ୍ଲାର ଗରିବ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଏବଂ ଭିନ୍ନକ୍ଷମ ଯୋଗ୍ଯ ଆବେଦନକାରୀ ଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଏବଂ ଦୀର୍ଘ ୪୦ ବର୍ଷ ହେବ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ, ଚଞ୍ଚକତା ତଥା ଜାଲିଆତି କରି ଅସ୍ପୃଶ୍ଯ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରି ଆସୁଥିବା କେଉଟ, ଧୀବର, କୈବର୍ତ୍ତ (ନକଲି ଦେୱାର) ମାନଙ୍କୁ ତୁରନ୍ତ ଅନୁସୂଚିତ ଜାତି ତାଲିକାରୁ ବାଦ୍ ଦେବା ଆଦି ପାଞ୍ଚ ଦଫା ଦାବୀ ବିଷୟରେ ଆନ୍ଦୋଳନକାରୀ ପ୍ରଶାସନ ସହିତ ଆଲୋଚନା କରିଥଲେ ।

ଚଳିତ ମାସ ୧୩ ତାରିଖରେ ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଙ୍କ ନିର୍ଦ୍ଦେଶ ଏଵଂ ଅଧ୍ୟକ୍ଷତାରେ ଜିଲ୍ଲା ଯୋଗାଣ ଅଧିକାରୀ , ଜିଲ୍ଲାର ତିନୋଟି ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ତିନୋଟି ତହସିଲଦାରଙ୍କ ସହିତ ସମସ୍ତ ସମସ୍ୟାର ଆଶୁ ସମାଧାନ ସକାଶେ ସଂଗଠନର କର୍ମକର୍ତ୍ତାମାନଙ୍କ ମିଳିତ ବୈଠକ ଅନୁଷ୍ଠିତ ହେବାର ଅତିରିକ୍ତ ତହସିଲଦାର ଲିଖିତ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଏଥିରେ ସଂଗଠନର ଜିଲ୍ଲା ମୂଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ, ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , କାର୍ଯ୍ୟକାରିଣୀ ସଦସ୍ୟ ପୁରୁଷୋତ୍ତମ ବାଘ, ରମେଶ ମହାନନ୍ଦିଆ, ଜଗବନ୍ଧୁ ବାଦୀ, ସୁବ୍ରତ କୁମାର ଜଗଦଲା, ଆଡେଣୀଗଡ଼ ପଞ୍ଚାୟତ ସଭାପତି ରଞ୍ଜିତ ବେହେରା, ସମ୍ପାଦକ ଅଭୟ ବେହେରା, କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ବେହେରା, ସଂଗଠନ ସମ୍ପାଦକ ସଚିନ୍ଦ୍ର ବେହେରା, ବ୍ଲକ ସଂଯୋଜକ କବିରାଜ ବେହେରା, ଜିଲ୍ଲାର ବିଶିଷ୍ଟ ସମାଜସେବୀ କେଦାର ନାଥ ସାହୁ, ରାଜ୍ଯ ମୂଳନିବାସୀ ୟୁନାଇଟେଡ ଫୋରମ ର କାର୍ଯ୍ୟକାରୀ ସଭାପତି ମନୋରଂଜନ ଜେନା, ବରିଷ୍ଠ ସମାଜସେବୀ ବରୁଣ ରାଜଦୀପ, ବୈଲୋଚନ ନାଏକ, ରାଜେନ୍ଦ୍ର ନାଏକ, ସାଧୁ ଚରଣ ବେହେରା, ବିଦ୍ୟାଧର ବେହେରା, ସନ୍ତୋଷ ବେହେରା, ଅକ୍ରୁର ହାତୀ, ସଚଳା ନାଏକ , କ୍ରିଷ୍ଣା ନାଏକ, ଜାହ୍ନ୍ନବୀ ନାଏକ, ନନ୍ଦିନୀ ବେହେରା, ମଧୁ ସୂଦନ ନାଏକ ପ୍ରମୁଖ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ l