ନିର୍ବାଚନ ଉଷ୍ମ : ବିଜେଡି ର ଚାଏ ପେ ଚର୍ଚା

0
41
ନିର୍ବାଚନ ଉଷ୍ମ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୫/୧୨) : ବର୍ତ୍ତମାନ ଚାରିଗୋଟି ରାଜ୍ୟ ର ନିର୍ବାଚନ ଫଳାଫଳ ଦେଖିବା ପରେ ଗଜପତି ବିଜେଡି ବର୍ତ୍ତମାନ ଲୋକ ଙ୍କ ନିକଟତର ହେବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଛି ।

ଗତ ସୋମବାର ଦିନ ଦଳର ତୁଙ୍ଗ ନେତା ଶ୍ରୀ ତିରୁପତି ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ତିରୁପତି ରାଓ ,ଜିଲ୍ଲା ଉପ ସଭାପତି ଆର ସତିଶ ଓ ଅନ୍ୟାନ୍ୟ ତୁଙ୍ଗ ନେତା ମାନେ କାଶୀନଗର ଷ୍ଟେଟ ବ୍ୟାଙ୍କ ଛକ ରେ ଥିବା ଗୋଟିଏ ଚା ଦୋକାନ ପାଖରେ ବସି ବିଭିନ୍ନ ବର୍ଗର ଲୋକ ଙ୍କ ସହ ମିଶି ବିଭିନ୍ନ ବିଷୟ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିଭିନ୍ନ ଲୋକ ଙ୍କୁ ଅବଗତ କରାଇବା ସହ ଶୁଖ ଓ ଦୁଃଖ ରେ ଭାଗୀଦାର ହେବାକୁ କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଯୁବ ସଭାପତି ରାଜେଶ୍ ମିସାଲ୍, ମୁରଲୀ ପତ୍ନୂରୁ କ୍ରିଷ୍ଣା,ବରିଷ୍ଠ ନେତା କଟିକି ରାମାରାଓ ଏହି ଚର୍ଚାରେ ରହିଥିଲେ , ନିର୍ବାଚନ ପାଖେଇ ଆସୁଥିବା ରୁ ଏହି ଚର୍ଚା ଗୁରୁତ୍ଵ ବହନ କରୁଛି ।