ସୁବର୍ଣ୍ଣପୁରରେ ସହଜ ସମାଧି ଧ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ

4
60
ସୁବର୍ଣ୍ଣପୁରରେ ସହଜ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୫/୧୨) : ଗତ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ସୋନପୁର ର ଗୋପାଳଜୀ ଯୋଗାଳୟ ଠାରେ ତିନିଦିନ ଧରି ” ସହଜ ସମାଧି ଧ୍ୟାନ “ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

” ମହାନଦୀ ଧାରା ” ଶିକ୍ଷାନୁଷ୍ଠାନ ଦ୍ବାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସେଠାରେ ଭାନୁମତୀ ନରସିଂହମ୍ ଙ୍କ (ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଭଉଣୀ) ତତ୍ବାବଧାନରେ , ଭୁବନେଶ୍ୱର ରୁ ଆସିଥିବା ରଞ୍ଜନ ଭାଇ ଧ୍ୟାନ କେନ୍ଦ୍ରୀକରଣର ସହଜ ଉପାୟମାନ କହିଥିଲେ, ଯାହା ସଭିଙ୍କ ଦୈନନ୍ଦିନ ଜୀବନରେ ପାଇଁ ଉପଯୋଗୀ ଅଟେ । ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଳାବନ ମହାପାତ୍ରଙ୍କ ଅଧୀନରେ ଅନୁଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ପ୍ରାପ୍ତ ଧ୍ୟାନ କେନ୍ଦ୍ରୀକରଣର ସହଜ ଉପାୟମାନ ତଥା ଅନୁଭୂତି ସେମାନଙ୍କ ନିମନ୍ତେ ବେଶ୍ ଉପଯୋଗୀ ହେବାସହ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଆହରଣ ସମୟରେ ଏକାଗ୍ରତା ଆଣିବାରେ ସହାୟକ ହେବ ବୋଲି ଆଶା ପୋଷଣ କରାଯାଉଛି ।

4 COMMENTS

Comments are closed.