ଥେରୁବାଲି ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ ଆରମ୍ଭ

0
55
ଥେରୁବାଲି ଗ୍ରାମପଞ୍ଚାୟତରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୧୨) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ରଥ ପହଁଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।Whatsapp Image 2023 12 06 At 17.39.58

ଥେରୁବାଲି ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ କାର୍ଯ୍ୟକ୍ରମ ଆରମ୍ଭ । ଗ୍ରାମପଞ୍ଚାୟତର ସରପଞ୍ଚ ସୁଶ୍ରୀ ପୁଲାକା ମମତା କାର୍ଯ୍ୟନିର୍ବାହୀ ଅଧିକାରୀ ଜେ.ବେଣୁ, ପଞ୍ଚାୟତ ସମିତି ଉପାଧ୍ୟାକ୍ଷ ହଳଧର ହିମିରିକା, ଗ୍ରାମ ରୋଜଗାର ସେବକ ଏନ.ମୁରଲୀ ମୋହନ, ସହାୟକ, ଏ ବି କେ, ବ୍ୟାଙ୍କ ମିତ୍ର,  ସି ଆର ପି, ପ୍ରାଣୀ ମିତ୍ର, କୃଷି ମିତ୍ର, ଗ୍ରାମପଞ୍ଚାୟତର ଅନନ୍ୟ କର୍ମକର୍ତା ଯୋଗଦେଇଥିଲେ । ସରପଞ୍ଚ ପୁଲାକା କେନ୍ଦ୍ର ସରକାରଙ୍କର କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ରାଷ୍ଟ୍ରର ବିକାଶ ଓ ସଙ୍ଘତିକୁ ନେଇ ଏକ ସାମୁହିକ ଶପତ ପାଠ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯକାରୀ ହେଉଥିବା ଜନକଲ୍ୟାଣକାରୀ ଯୋଜନା ସପଳତା ଉପରେ ଚିତ୍ର ପଦର୍ଶିତ ହେଇଥିଲା । କାର୍ଯ୍ୟକ୍ରମ ଶେଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଜେ.ବେଣୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନେକ ଜନସାଧାରଣ ମଧ୍ୟ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।