ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ପାଇଁ ଉଦଘୋଷକ ଚୟନ ୧୭ ରେ

0
29
ସୁବର୍ଣ୍ଣ ଲୋକ ମହୋତ୍ସବ-

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୭/୧୨) : ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ପାଇଁ ସାଂସ୍କୃତିକ କମିଟିର ବୈଠକ ସାଂସ୍କୃତିକ କମିଟି ଅଧ୍ଯକ୍ଷଙ୍କ ପରାମର୍ଶରେ ଆବାହକ ଜିଲ୍ଲା ସଂସ୍କୃତି ଅଧୂକାରୀଙ୍କ ଦ୍ୱାରା ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆହୁତ କରାଯାଇଥିଲା ।

ବୈଠକରେ ସୁବର୍ଣ୍ଣ ଲୋକ ମହୋତ୍ସବ-୨୦୨୪ ରେ ଭାଗ ନେବାକୁ ଥିବା ସାଂସ୍କୃତିକ ଦଳ ବିଷୟରେ ବିଶେଷ ଆଲୋଚନା ହେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଉଦଘୋଷକ ମାନଙ୍କୁ ସୁଯୋଗ ଦେବା ପାଇଁ ଏକ ଚୟନ ପ୍ରକ୍ରିୟା ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ଡିସେମ୍ବର ମାସ ୧୭ ତାରିଖରେ ସ୍ଥାନୀୟ ସଂସ୍କୃତି ଭବନରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ଇଛୁକ ୧୫ ରୁ ୩୫ ବର୍ଷ ବୟସ୍କ ଯୁବକ ଏବଂ ଯୁବତୀ ସେହି ଦିନ ସକାଳ ୯ ଘଣ୍ଟାରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସିଧାସଳଖ ଯୋଗଦାନ କରି ନାମ ପଞ୍ଜୀକରଣ କରାଇପାରିବେ । ପ୍ରତିଭାଗୀ ମାନେ ଉପଯୁକ୍ତ ବେଶ ପୋଷାକ ସହ ନିଜ ଦ୍ବାରା ପ୍ରସ୍ତୁତ ଏକ ଉଦଘୋଷଣାକୁ ସମ୍ବଲପୁରୀ, ହିନ୍ଦୀ, ଓଡିଆ ଭାଷାରେ ପ୍ରସ୍ତୁତ କରି ନିଜର କଳା ପ୍ରଦର୍ଶନ କରିବେ ।

ଆବଶ୍ୟକ ସୁଳେ ବିଚାରକ ମାନେ ପ୍ରତିଭାଗୀଙ୍କୁ ତତକ୍ଷଣାତ କିଛି ପ୍ରଦର୍ଶନ କରିବାକୁ ମଧ୍ୟ କହିପାରିବେ । ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସିଷ୍ଟାଣ୍ଟ କଲେକ୍ଟର, ଜ୍ୟୋତିର୍ମୟୀ ମଲ୍ଲିକ, ନାଟ୍ୟଶ୍ରୀ ଗଦାଧର ବାରିକ, ପ୍ରଦ୍ୟୁମ୍ନ କୁମାର ସାହୁ, ଡ଼ ପୁରୁଷୋତ୍ତମ ମିଶ୍ର, ଚୌଧୁରୀ ବିଭାର, ଅବିନାଶ ହୋତା, ଲଡୁକିଶୋର ମଲ୍ଲିକ ପ୍ରମୁଖ ଯୋଗ ଦେଇ ନିଜ ନିଜର ମତାମତ ଦେଇଥିବା ବେଳେ ଉଦଘୋଷକ ଚୟନ ପ୍ରକ୍ରିୟାରେ ଅଧିକ ପ୍ରତିଭାଗୀ ଭାଗ ନେବାକୁ ଜିଲ୍ଲା ସଂସ୍କୃତି ପରିଷଦ ସୁବର୍ଣ୍ଣପୁର ତରଫରୁ ଅନୁରୋଧ କରାଯାଇଛି ।