ଶିକ୍ଷକଙ୍କ ଟେକା ମାଡରେ ରକ୍ତାକ୍ତ ହେଲେ ପାଚିକା

0
35
ଶିକ୍ଷକଙ୍କ ଟେକା

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଜଉଁରାଭଉଁରା ପଞ୍ଚାୟତର ଉପାନ୍ତ ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକଙ୍କ ଟେକାମାଡ଼ରେ ପାଚିକାଙ୍କ ମୁଣ୍ଡ ଫାଟି ରକ୍ତାକ୍ତ ହୋଇଛନ୍ତି ।‌

ସହକାରୀ ଶିକ୍ଷକ ଉମେଶ ଭୋଇ ମଦପିଇ ଆସି ମାତାଳ୍ ଅବସ୍ଥାରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ ଓ ପାଚିକାଙ୍କୁ ମାଂସ ରାନ୍ଧିବା ପାଇଁ କହିଥିଲେ । ପାଚିକା ଜଣକ ମାଂସ ନରାନ୍ଧିବାରୁ ସହକାରୀ ଶିକ୍ଷକ ଉମେଶ ଭୋଇ ତାଙ୍କୁ ଭାତଛଣା ଚଟୁ ଧରି ଗୋଡାଇଥିଲେ । ଭୟରେ ପାଚିକା ଜଣକ ପଳାଉଥିବା ବେଳେ ଇଟାଖଣ୍ଡ ପାଚିକାଙ୍କ ଉପରେ ମାଡ କରିଥିଲେ । ଯାହା ଫଳରେ ପାଚିକାଙ୍କ ମୁଣ୍ଡ ଫାଟି ଯାଇ ରକ୍ତାକ୍ତ ଅବସ୍ଥାରେ ତଳେ ମୁହଁ ମାଡି ପଡିଥିଲେ । ତାପରେ ଗାଁ ଲୋକଙ୍କ ସହୟତାରେ ଉଲୁଣ୍ଡା ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏ ନେଇ ପାଚିକା ଜଣକ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।

ପ୍ରକାଶ ଥାଉକି ଗୋବିନ୍ଦପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଉମେଶ ଭୋଇ ପ୍ରତିଦିନ ମଦପିଇ ନାନା ପ୍ରକାର ଅଭଦ୍ର ଭାଷା ଇଙ୍ଗିତ କରୁଥିବା ଅଭିଯୋଗ ହେଉଛି । ଏଠି ପ୍ରଶ୍ନ ଉଠୁଛି ଶିକ୍ଷକ ସ୍କୁଲରେ କାହିଁକି ମାଂସ ରନ୍ଧାଇକରୁଥିଲେ ? ଅତିଶୀଘ୍ର ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପାଚିକା ବାସନ୍ତୀ ସାମଦ ଦାବି କରିଛନ୍ତି ।