ଅରିଗାଁ ଧନୁଯାତ୍ରାର ୪ର୍ଥ ସନ୍ଧ୍ୟା, ଭଗବାନ କୃଷ୍ଣ ଓ ବଳରାମ ହସ୍ତରେ ଅଷ୍ଟମଲ୍ଲ ନିହତ

0
44
ଅରିଗାଁ ଧନୁଯାତ୍ରାର

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବର ଆଜି ୪ର୍ଥ ସନ୍ଧ୍ୟାରେ ଅରିଗାଁ କ୍ରିକେଟ ଖେଳ ପଡିଆ (ମଥୁରା) ଠାରେ ମହାରାଜ କଂସଙ୍କ ଦରବାରରେ ଅଷ୍ଟାମଲ୍ଲଙ୍କ ନିହତ ଖବର ଶୁଣି ମହାରାଜ କଂସ ବିଚଳିତ , ଦେବର୍ଷୀ ନାରଦଙ୍କ ସହ ବିଚାର ବିମର୍ଶ ପରେ ପାତ୍ର ମନ୍ତ୍ରୀଙ୍କ ମନ୍ତ୍ରଣା ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଥିଲା ।Whatsapp Image 2023 12 11 At 11.02.07

ସେପଟେ ଗୋପପୁର ଅରିଗାଁ ଗ୍ରାମ ମଣ୍ଡପରେ ଭଗବାନ କୃଷ୍ଣ ବଳରାମଙ୍କ ହାତରେ ଅଷ୍ଟମଲ୍ଲ ନିହତ ଇତ୍ୟାଦି ଦୃଶ୍ୟ ଅଭିନୀତ ହୋଇଛି । ମହାରାଜ କଂସଙ୍କ ଦରବାରରେ ମୁଖ୍ୟ ଅତିଥିଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ମଣ୍ଡପ ପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା ଓ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା କଳାକାର ଶାଶ୍ୱତ ତ୍ରିପାଠୀ ସମ୍ବନିତ ଅତିଥିଭାବେ ଯୋଗଦେଇଥିଲେ । ଏହାକୁ ହିମାଂଶୁ ଭୂଷଣ ପଣ୍ଡା ସଂଯୋଜନା କରିଥିଲେ । ଧନୁଯାତ୍ରା କମିଟି ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦିଲୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରଥିଲେ । ଆସନ୍ତା ୧୨/୧୨/୨୩ ତାରିଖ ମଙ୍ଗଳବାର ଦିନ ମହାରାଜ କଂସଙ୍କ ଦରବାରରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମହାରାଜ କଂସ ଭୂମିକାରେ ସୁନାମଧନ୍ୟ କଳାକାର ଭୁବନେଶ୍ୱର ପଧାନ ଅଭିନୟ କରୁଛନ୍ତି । ଏହି ଧନୁଯାତ୍ରାରେ ଦର୍ଶକଙ୍କ ଭିଡ଼ ଜମିବାରେ ଲାଗିଛି ।