ଯୁବ ଶକ୍ତିଙ୍କ ସତମାର୍ଗ ଓ ବିକାଶ ଦିଗରେ ଶ୍ରୀମଦ ଭାଗବତ, ଗୀତା ଓ ଆଧ୍ୟାତ୍ମିକତାର ବେଶ ଭୂମିକା ରହିଛି

0
32
ଯୁବ ଶକ୍ତିଙ୍କ ସତମାର୍ଗ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୧୨) : ସୋନପୁର ବିଜୁ ପଟ୍ଟନାୟକ ମହିଳା ମହା ବିଦ୍ୟାଳୟକୁ ଆଜି ମାୟାପୁରର ଉଚ୍ଚ ଶିକ୍ଷିତ ଦମ୍ପତି ତଥା ଇସ୍କନ ପ୍ରଚାରକ ସୁଜିତ୍ ମେହେଟା ଓ ପ୍ରେମା ମେହେଟା ପରିଦର୍ଶନ କରି ଯୁବ ଶକ୍ତିଙ୍କ ସଦମାର୍ଗ ଓ ବିକାଶ ଦିଗ ରେ ଶ୍ରୀମଦ୍ ଭାଗବତ, ଗୀତା ଓ ଆଧ୍ୟାତ୍ମିକତାର ଖୁବ୍ ଭୂମିକା ରହିଛି ।

ଗୀତା ଓ ଆଧ୍ୟାତ୍ମିକତାର ଖୁବ୍ ଭୂମିକା ରହିଛି ବୋଲି ଛାତ୍ରୀ ମାନଙ୍କ ସହ ସାକ୍ଷତକାରରେ ମତ ରଖିଥିଲେ ଏବଂ ବର୍ତ୍ତମାନ ଓଡ଼ିଶାରେ ପାଳନ ହେଉଥିବା ନୁଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମକୁ ଓ ମନ୍ଦିର ମାଳିନୀ ସୋନପୁର ତଥା ଓଡ଼ିଶା ର ଭାଷା, ସଂସ୍କୃତି, ପର୍ଯ୍ୟଟନ ଓ ଲୋକ ଙ୍କ ଆଚାର ବ୍ୟବହାର କୁ ଖୁବ୍ ପ୍ରଶଂସା କରିଥିଲେ । ପାତାଳୀ ଶ୍ରୀକ୍ଷେତ୍ର ଓ ବୈଦ୍ୟନାଥ ଶୈବ ପୀଠ ପରିଦର୍ଶନ ପାରେ ସାଗରପାଲି, ଖର୍ଝୁରl ର ହସ୍ତ ତନ୍ତ୍ ସୋସାଇଟି ର ବାନ୍ଧ କଳା କୁ ଦେଖି ଭାବ ବିହ୍ବଳ ହୋଇ ପଡ଼ି ଥିଲେ l କଲେଜ ପକ୍ଷ ରୁ ମେହେଟା ଦମ୍ପତି ଙ୍କୁ ଅଧ୍ୟକ୍ଷା ରିତା ରାଣୀ ପୁଝାରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲେ l ଉଲୁଣ୍ଡା କଲେଜ୍ ର ଅଧ୍ୟକ୍ଷ ଦେବାଶିଷ ପାଣ୍ଡିଆ, ଓ ସାମ୍ୱାଦିକ ମନୋରଞ୍ଜନ ତ୍ରୀପାଠୀ ନୁଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମ ରେ ଯୋଗ ଦେଇ କ୍ରୀଡା, ସାମାଜିକ, ସାଂସ୍କୃତିକ କ୍ଷେତ୍ରରେ ଏହି କଲେଜର ଛାତ୍ରୀଙ୍କ ପାରଦର୍ଶିତା ଓ ଭବ୍ୟ ଆୟୋଜନକୁ ଉଚ୍ଚ ପ୍ରଶଂସା କରି ପ୍ରେରଣା ଯୋଗାଇଥିଲେ ।