ଜାନୁଆରୀ ୧୯ ରୁ ପୁରନ୍ଦର ବାରିକଙ୍କ ସୃତିରେ ନାଟ୍ ମହୋତ୍ସବ

0
33
ଜାନୁଆରୀ ୧୯ ରୁ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୧/୧୨) : ଜାନୁଆରୀ ୧୯ ରୁ ପୁରନ୍ଦର ବାରିକଙ୍କ ସୃତିରେ ନାଟ୍ ମହୋତ୍ସବ ଅନୁଷ୍ଠିତ ।

ସୁବର୍ଣ୍ଣପୁରର ବିଶିଷ୍ଟ ପାଟଢୁଲିଆ ସ୍ଵର୍ଗତ ପୁରନ୍ଦର ବାରିକଙ୍କ ସୃତିରେ ସୃତିକମିଟି ପକ୍ଷରୁ ପ୍ରଥମ ନାଟ୍ ମହୋତ୍ସବ ସ୍ଥାନୀୟ ରୟାଲପଡିଆ ଥିଏଟର୍ ମଞ୍ଚରେ ପଶ୍ଚିମ ଓଡ଼ିଶାର ବଛାବଛା ନିର୍ଦ୍ଦେଶକ ମାନଙ୍କ ନିର୍ଦ୍ଦେଶନାର ନାଟ୍ ମାନଙ୍କୁ ନେଇ ଆସନ୍ତା ଜାନୁଆରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ସମ୍ବଲପୁରୀ କୋଶଲୀ ନାଟ୍ ମହୋତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ବ୍ଲକଛକ ଦୁର୍ଗାମଣ୍ଡପ ରେ ନାଟ୍ୟଶ୍ରୀ ଗଦାଧର ବାରିକଙ୍କ ସଭାପତିତ୍ବ ରେ ଏକ ବୈଠକ ଅନୁଷ୍ଠିତ ହୋଇ ନାଟ୍ ମହୋତ୍ସବ ପାଇଁ ପୁରନ୍ଦର ବାରିକ ସୃତିକମିଟି ଗଠନ କରାଯାଇଥିଲା ।

ସୃତିକମିଟି ର ଅଧ୍ୟକ୍ଷ ଭାବରେ ଅରବିନ୍ଦ ବାରିକ, ସଂଯୋଜକ ଗଦାଧର ବାରିକ, ସଂପାଦକ ଦିଲିପ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ନିଶାନ୍ତ କୁମାର ମହାନ୍ତି ଓ ପରାମର୍ଶଦାତା କମିଟି ରେ ସର୍ବଶ୍ରୀ ଡ଼କ୍ଟର ପୁରୁଷୋତ୍ତମ ମିଶ୍ର, ବେଣୁଧର ପ୍ରଧାନ, ଅଶୋକ କୁମାର ଜେନା, ବେଣୀମାଧବ ବେଦବାକ, ପ୍ରିୟବ୍ରତ ସାହୁ, ଶରତ ମହାପାତ୍ର, ଜ୍ୟୋତିର୍ମୟ ମିଶ୍ର, ସୁବ୍ରତ କୁମାର ସେଠି, ଦେବାଶିଷ ପଟ୍ଟନାୟକ, ଜଗନ୍ନାଥ ଧରୁଆ, ଅମିୟ ରଞ୍ଜନ ଦାଶ,ପିତବାସ ମିଶ୍ର,, ରାମଶଙ୍କର ଖମାରୀ, ପ୍ରଦୀପ ଶଙ୍ଖୁଆ, ହରିହର କର୍ଣ୍ଣ, ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି । ପ୍ରତ୍ୟେକ ଦିନ ସଂଧ୍ୟା ୬ଘଣ୍ଟାରୁ ୧୦ଘଣ୍ଟା ପର୍ଯ୍ୟନ୍ତ ତିନୋଟି ନାଟକ ପରିବେଷଣ କରାହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।