ହାଇୱା ଓ କାର୍ ମୁହାଁମୁହିଁ ଧକ୍କା; ୩ ଗୁରୁତର

0
35
ହାଇୱା ଓ କାର୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୩/୧୨) : କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର୍ ଜାତୀୟ ରାଜପଥ ଟିମାଝଲା ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି ।

ଏକ ହାଇୱା ଓ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ କାର୍ ଚାଳକଙ୍କ ସମେତ ତିନି ଜଣ ଗୁରୁତର ହୋଇଛନ୍ତି । ଆହତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କର ପରିଚୟ ମିଳିନାହିଁ । ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି । ଲକ୍ଷ୍ମୀପୁର ପୁଲିସ୍ ପହଞ୍ଚି କାରକୁ କଟର ସାହାଯ୍ୟରେ କାଟି ୪ ଗୁରୁତରଙ୍କୁ ବାହାର କରିଥିଲା । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଦୁର୍ଘଟଣାରେ କାରର ସମ୍ମୁଖ ଅଂଶଟି ଭାଙ୍ଗିରୁଜି ଯାଇଛି । ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।