ରାଜଧାନୀର ୫ଟି ଫ୍ଲାଟରେ କଳାକନା ବୁଲାଇଦେଲେ ଲୁଟେରା

0
32
ରାଜଧାନୀର ୫ଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୧୨) : ଚୋରଙ୍କ ଚରାଭୂଇଁ ପାଲଟି ଗଲାଣି ରାଜଧାନୀ । ନିୟମିତ ବ୍ୟବଧାନରେ ଚୋରି, ଲୁଟପାଟର ଖବର ସବୁ ଆସୁଛି ।

ଗତକାଲି ରାତିରେ ରାଜଧାନୀର ଗୋଟିଏ ରାତିରେ ୫ଟି ଫ୍ଲାଟରୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା । ଗାଡ଼କଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ୫ଟି ଫ୍ଲାଟରୁ ଚୋରମାନେ ଆଲମିରା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି । ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଛାନଭିନ୍ ଆରମ୍ଭ କରିଛି । ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ବିଷୟରେ କୌଣସି ସୁରାଗ ପାଇ ନାହିଁ । ସୂଚନାଯୋଗ୍ୟ, ରବିବାର ରାତିରେ ଲୁଟେରାମାନେ ଲିଙ୍ଗରାଜ ଥାନା ଅଞ୍ଚଳର ହାଟସାହିର ଏସବିଆଇ ଏଟିଏମକୁ ଗ୍ୟାସ୍ କଟରରେ କାଟି କଳାକନା ବୁଲାଇ ଦେଇଥିଲେ । ଏଟିଏମ୍‌ରୁ ୧୦ ଲକ୍ଷ ୫୯ ହଜାର ଟଙ୍କା ଲୁଟି ନେଇଥିଲେ । ସିସିଟିଭିରୁ ବର୍ତ୍ତିବା ପାଇଁ ତା’ଉପରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ଦେଇଥିଲେ ଲୁଟେରା ।