୪୦ ତୁଲା ସୁନା ୨୦ ତୁଲା ରୁପା ସହ ଲକ୍ଷାଧିକ ଟଙ୍କା ଲାଡି ବାସୁଦେବ ଘରରୁ ଚୋରି

0
80
୪୦ ତୁଲା ସୁନା ୨୦

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୫/୧୨) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଶିକରପାଇ ମୁଖ୍ୟ ସଡକ ରେ ରହି ଥିବା ବାସୁଦେବ ରାଓ ଙ୍କ ଘରରୁ ୪୦ ତୁଲା ସୁନା ୨୦ତୁଲା ରୁପା ସହ ଲକ୍ଷାଧିକ ଟଙ୍କା ଚୋରି ହୋଇ ଥିବା ଜଣା ପଡ଼ିଛି ।Whatsapp Image 2023 12 15 At 17.40.48

ସୂଚନା ଅନୁଯାୟୀ ଗତ ରାତ୍ର ଦୁଇଟା ରୁ ତିନିଟା ସମୟ ମଧ୍ୟରେ ବାସୁଦେବ ରାଓ ଓ ତାଙ୍କ ସ୍ତ୍ରୀ ନିଦ୍ରା ରେ ଶୋଇ ଥିବା ବେଳେ ବାଢି ପଟରୁ ୫ଟି କବାଟ ଭାଙ୍ଗି ଘର ଭିତରକୁ ପଶି ଗଡ଼ରେଜରୁ ସୁନା ଗହଣା ଟଙ୍କା ଦ୍ରୁବୁତ ମାନେ ଚୋରି କରି ନେଇ ଯାଇଥିବା ଜଣାପଡିଛି । ପ୍ରାୟ ରାତି ୧୨ ଟା ବେଳେ ସ୍ୱାମୀ ସ୍ତ୍ରୀ ଦୁହେଁ ମିଶି ପରିସ୍ରା ଯାଇ ଶୋଇ ଦେଲାପରେ ମୋଟ ପାଞ୍ଚଟା କବାଟ ଭାଙ୍ଗି ଶୟନ କକ୍ଷ ରୁ ଖଟ ପାଖରେ ଥିବା ଗଡ଼ରେଜ ରୁ ୪୦ ତୁଳା ସୁନା, ୨୦ ତୁଳା ରୁପା, ଏବଂ ଏକ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଏହା ଏକ ଆଚାର୍ଯ୍ୟ ଜନକ ବିଷୟ ଯେ ସ୍ୱାମୀ ସ୍ତ୍ରୀ ସୋଇଥିବା ରୁମ ଭିତରେ ଥିବା ଗଡ଼ରେଜ ସମେତ ବିଭିନ୍ନ ବକ୍ସ ସାଯା ଭଙ୍ଗା ରୁଜା କରି ଖଜି ନେଇ ଯାଇଥିଲେ ମଧ୍ୟ ସ୍ୱାମୀ ସ୍ତ୍ରୀ ଜାଣି ପାରି ନ ଥିଲେ ।

ସନ୍ଦେହ ହେଉଛି ଯେ ଏହି ଦ୍ରୁବୁତ ମାନେ କୌଣସି ନିଦ୍ରା ଔଷଧ କିମ୍ଵା ନିଶା ସ୍ପ୍ରେ କରି ଲୁଟି ନେଇଥିବା ବାସୁଦେବ ରାଓ କହିଛନ୍ତି । ଚୋରି ହୋଇଥିବା ଘଟଣା ସମ୍ପର୍କରେ ଥାନା ରେ ଅଭିଯୋଗ କ୍ରମେ ସୂଚନା ପାଇ ସ୍ଥାନୀୟ ପୁଲିସ ଥାନା ଅଧିକାରୀ ସୁମନ୍ତି ମହାନ୍ତି ଏସ ଆଇ ସଞ୍ଜୟ ମୁର୍ମୁ ଓ ଏସ ଆଇ ଶିବ ସାହୁ ପହଞ୍ଚୀ ତଦନ୍ତ ଚଳାଇଛନ୍ତି । ସୁରାକ ନ ପାଇବାରୁ ରାୟଗଡାରୁ ସନ୍ଦନୀ କୁକୁର ଆଣି ତଦନ୍ତ ଆରମ୍ଭ କରିଥିବା ଦେଖିବା କୁ ମିଳିଛି। କିଛି ଦିନ ତଳେ କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ସ୍ଥାନରୁ ଟ୍ରାକ୍ଟର ବ୍ୟାଟରୀ, ରାସ୍ତା ଘାଟରେ ଦିନ ଦି ପହର ଲୁଟି ନେଉଥିବା ଅଞ୍ଚଳ ରେ ଭୟ ଭୀତ ହେଉଛି । କଲ୍ୟାଣସିଂହପୁର ବ୍ଳକ ରେ ବାରମ୍ବାର ଚୋରି ଲୁଟେରା ହେଉଥିଲେ ପୁଲିସ ଧରିବା ରେ ଅସଫଳ ହେଉଛନ୍ତି । ସ୍ଥାନୀୟ ଲୋକମାନେ ଟି ତ୍ରିମୁଲା, ପ୍ରଦୀପ ମାଳି, ଅପନା ମିଣିଆକା, ଗପାଳ ଚେଟି ମାଳିବାବୁ, ସନ୍ତୋଷ ଦାସ, ଗପାଳ ଚେଟି ଈଶ୍ୱର ରାଓ ଓ କେ ଚେଲାପତି କହିଛନ୍ତି ।