ଟ୍ରକ ସହ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

0
40
ଟ୍ରକ ସହ ବାଇକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୨୫/୧୨) : ଟର୍ନିଙ୍ଗରେ ଓଭରଟେକ କରିବା ହେଲା କଳା । ପୁରୁଣା କଟକ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ଡିଗିସିରା ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଦୁର୍ଘଟଣାରେ ବାଇକ ଅରୋହୀ ମୃତ । ମୃତକ ଜଣକ ହେଲେ ରୁଗୁଡ଼ିପାଲି ଗ୍ରାମର ରାମଚନ୍ଦ୍ର ଦାସ । ସୂଚନା ମୁତାବକ ଆଜି ରାମଚନ୍ଦ୍ର ଦାସ ନିଜ ବାଇକ ଯୋଗେ ୫୭ ନମ୍ୱର ଜାତୀୟ ରାଜପଥରେ ପୁରୁଣାକଟକରୁ ଚାରି ଛକ ଆଡକୁ କୌଣସି କାମରେ ଯାଉଥିଲେ । ସାମନାରେ ଯାଉଥିବା ଏକ ଗାଡିକୁ ଓଭରଟେକ କରି ଆଗକୁ ପଳାଇଯିବା ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକ ଧକ୍କାରେ ବାଇକଟି ଚୁରମାର ହେବା ସହ ରାମଚନ୍ଦ୍ର ଦାସ ଗୁରୁତର ଆହତ ହୋଇଥିଲେ । ଚାରି ଛକ ଅଗ୍ନିଶମ ବାହିନୀ ଗୁରୁତର ଆହତ ରାମଚନ୍ଦ୍ର ଦାସକୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ପୁରୁଣାକଟକ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।