ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା, ୭ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

0
53
ରାଜପଥ ବେଣ୍ଟ ଛକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ, (୨୬/୧୨) : ୧୬ ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଯାତ୍ରୀ ବାହୀ ବସ । ୭ରୁ ଅଧିକ ଯାତ୍ରୀ ଗୁରୁତର ଥିବା ସୂଚନା ।

ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ଭୁବନେଶ୍ୱର ଯାଉଥିଲା ଲକ୍ଷ୍ମୀ ନାରାୟଣ ନାମକ ଏକ ଯାତ୍ରୀବାହୀ ବସ । ବସରେ ୬୦ ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ତେବେ ଘଟଣା ସ୍ଥଳରେ ଚାନ୍ଦପୁର ପହଞ୍ଚି ତଦନ୍ତ କରୁଛି ।