ସାମ୍ବାଦିକ ଙ୍କ ଧାରଣା ପ୍ରତ୍ୟାହାର

0
38
ସାମ୍ବାଦିକ ଙ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୩/୦୧) : ସାମ୍ବାଦିକ ଙ୍କ ଧାରଣା ପ୍ରତ୍ୟାହାର । ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ – ଅତିରିକ୍ତ ଏସ ପି ।

୩୧ ତାରିଖରେ କୋଣାର୍କ ସୂର୍ଯ୍ୟମନ୍ଦିରକୁ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ର୍ଦୁବ୍ୟବହର ସହିତ ବୁମ ଠେଲି ଅପମାନିତ କରିଥିବା ଏଏସଆଇର ଜଣେ କର୍ମଚାରୀଙ୍କୁ ଗିରଫ ଦାବୀରେ କୋଣାର୍କ ସାମ୍ବାଦିକ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ କୋଣାର୍କ ଥାନା ସମ୍ମୁଖରେ ଦିଆ ଯାଇଥିବା ଧାରଣା ମଙ୍ଗଳବାର ଅପରାହ୍ନରେ ପ୍ରତ୍ୟାହୃତ ହୋଇଛି । କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଦାୟିତ୍ଵରେ ଥିବା ଏଏସଆଇର ମାନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣ ଅଭିଯୋଗ ହୋଇଛି । ଏପରିକି ଏଏସଆଇର କିଛି କର୍ମଚାରୀ, ସ୍ଥାନୀୟ ବାସିନ୍ଦା, ଫଟୋଗ୍ରାଫର, ଗାଇଡି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଭିନ୍ନ ସମୟରେ ର୍ଦୁବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଆସୁଥିଲା ।

ଯାହାକୁ ନେଇ କୋଣାର୍କ ଅଞ୍ଚଳରେ ତ୍ରିବ ତ୍ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଗତ ଡିସେମ୍ବର ୩୧ ତାରିଖରେ ଯାଇଥିଲେ । ଏହି ସମୟରେ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଫାଟକ ସମ୍ମୁଖରେ ପର୍ଯ୍ୟଟକଙ୍କୁ ର୍ଦୁବ୍ୟବହାର କରାଯାଉଥିବା ଖବର ସଂଗ୍ରହ କରୁଥିବା ସମୟରେ ଜଣେ ଏଏସଆଇ କର୍ମଚାରୀ ସାମ୍ବାଦିକ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ । ଏ ନେଇ ସାମ୍ବାଦିକଙ୍କ ପକ୍ଷରୁ ଉକ୍ତ ଦିନ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଥାନା ପକ୍ଷରୁ ୨୬୭/୨୩ରେ ମାମଲା ରୁଜ୍ଜୁ କରାଯାଇ ଥିଲେ ମଧ୍ୟ ଅଭିଯୁକ୍ତ କୁ ଗିରଫ କରାଯାଇ ନଥିବାରୁ ସାମ୍ବାଦିକମାନେ ଅସଂତୋଷ ପ୍ରକାଶ କରିବା ସହ କୋଣାର୍କ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା ।

ଏହି ଧାରଣା ତୃତୀୟ ଦିନରେ ପହଞ୍ଚି ଥିବା ବେଳେ ଧାରଣା ସ୍ଥଳକୁ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷୀକ ବିଷ୍ଣୁ ଚରଣ ପତି ପହଞ୍ଚି ଧାରଣାରତ ସାମ୍ବାଦିକ ମାନଙ୍କ ସହ ଆଲୋଚନା କରି ଆସନ୍ତା ୭ଦିନ ମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଅବସରରେ ଏକ ଟିମ୍ ଆରକ୍ଷୀ ଅଧିକ୍ଷକ ଓ ଉପଜିଲ୍ଲାପାଳ, ପୁରୀଙ୍କ ସହିତ ଭେଟି ସୂର୍ଯ୍ୟ ମନ୍ଦିରରେ ହେଉଥିବା ଅଧିକାରୀଙ୍କ ମନମାନି ଓ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇଥିଲେ ।