କାଶୀପୁର ଥାନା ପକ୍ଷରୁ ବିପୁଳ ପରିମାଣର ମଦ ରାନ୍ଧିବା ସାମଗ୍ରୀ ସହ ଜଣେ ଗିରଫ

0
71
କାଶୀପୁର ଥାନା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୮/୦୧) : ରାୟଗଡା ଜିଲ୍ଲା କାଶୀପୁର ଥାନା ପକ୍ଷରୁ ମୁନୁଷ ଗାଁ ଅନ୍ତର୍ଗତ ରାମଗିରି ଅଞ୍ଚଳ ରେ ଆଜି ବେଆଇନ ମଦ ରନ୍ଧା ବ୍ୟବହୃତ ସାମଗ୍ରୀ ସହ ବିପୁଳ ମାତ୍ରାରେ ମହୁଲ ଜବତ କରିଛି ଅବକାରୀ ବିଭାଗ ।

ସୂଚନା ପ୍ରକାରେ ଆଜି ସକାଳେ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ଙ୍କ ନେତୃତ୍ୱରେ ଏକ ଟିମ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ରେ ପେଟ୍ରୋଲିଂ ଆରମ୍ବ କରିଥିଲେ । ଏଥିରେ ରାମଗିରି ଗ୍ରାମରେ ବିପୁଳ ପରିମାଣର ମଦ ପ୍ରସ୍ତୁତ କରି ସୀମାନ୍ତ କଳାହାଣ୍ଡି ର ବିଭିନ୍ନ ଗ୍ରାମରେ ବିକ୍ରି କରୁଥିବା ସୂଚନା ପାଇ କାଶୀପୁର ପୋଲିସ ପକ୍ଷରୁ ସମ୍ପୃକ୍ତ ସ୍ଥାନ ମାନଙ୍କରେ ପହଞ୍ଚି ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟ ରେ ମଦ ପ୍ରସ୍ତୁତ କରୁଥିବା ସାମଗ୍ରୀ ମଧ୍ୟରୁ ପୋଲିସ ୧୫୦୦ କେଜି ପଚା ଗୁଡ ଓ ପଚା ମହୁଲ ନଷ୍ଟ କରିଥିବା ବେଳେ ୧୫୦ ଲିଟର ରନ୍ଧା ମଦ ଓ ଏଥିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ସବୁ ଜବତ କରିଛି ।

ବେଆଇନ ମଦ କାରବାର ରେ ସମ୍ପୃକ୍ତ ଗିରଫ ବ୍ୟକ୍ତି ଜଣଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ପୁଣି ଆଗାମୀ ନିର୍ବାଚନ କୁ ଦୃଷ୍ଟିରେ ରଖି ଏଭଳି ପେଟ୍ରୋଲିଂ ବ୍ୟାପକ କରାଯାଇ କାଶୀପୁର ଥାନା ଅଞ୍ଚଳ ମଦ ମୁକ୍ତ କରିବାକୁ ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି ।