ରାୟଗଡା ପୋୖରାଞ୍ଚଳ ରେ ଗଡ଼ିଲା ୨ଟି “ଜୟ ଜଗନ୍ନାଥ ଅର୍ପଣ ରଥ”

0
92
ରାୟଗଡା ପୋୖରାଞ୍ଚଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୮/୦୧) : ଜୟ ଜଗନ୍ନାଥ ଧ୍ଵନୀ ସହ ଶଙ୍ଖ, ହୁଳହୁଳି, ସକିଂର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଲା ପ୍ରକମ୍ପିତ ହେଲା ଶରଧା ଶ୍ରୀକ୍ଷେତ୍ର ର ଆଖ ପାଖ ଅଞ୍ଚଳ ।

ଆଜି ରାୟଗଡା ପୋୖରାଞ୍ଚଳରେ ଶ୍ରୀମନ୍ଦିର ପରିକ୍ରମା ରଥର ଶୁଭାରମ୍ଭ ଶରଧା ଶ୍ରୀକ୍ଷେତ୍ର ଠାରୁ ଆରମ୍ଭ ହୋଇଛି । ଏହି ଅବସରରେ ରାଜ ପୁରୋହିତ ବିରଞ୍ଚି ନାରାୟଣ ଦାସଙ୍କ ପୂଜାର୍ଚନା ପରେ ପୌରପରିଷଦ ଅଧ୍ୟକ୍ଷ ମହେଶ ପଟନାୟକ ପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ପାଇ,, ଜୟ ଜଗନ୍ନାଥ ଅର୍ପଣ ରଥ”ର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ ପରେ ରଥ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାହିରରେ ବୁଲିବା ସହ ସାହି ବାସିନ୍ଦାଙ୍କ ତରଫରୁ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଜୟ ଜଗନ୍ନାଥ ଅର୍ପଣ ରଥ ପହଂଚିବା ମାତ୍ରେ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି । ଲୋକ ମାନେ ପୂଜାର୍ଚନା ପୂର୍ବକ ଅର୍ପଣ ରଥକୁ କଳସରେ ଚାଉଳ ଓ ଗୁଆ ପ୍ରଦାନ କରି ଶୁଭ ମନାସିଛନ୍ତି l

ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ୩ ନମ୍ବର ୱାର୍ଡର କାଉନସିଲର ତଥା ପୌରପରିଷଦ ଉପାଧକ୍ଷା ଶୁଭ୍ରା ପଣ୍ଡା, ୧୬ନମ୍ବର ୱାର୍ଡର କାଉନସିଲର ଶର୍ମିଷ୍ଠା ପାଢ଼ୀ,୧୭ ନମ୍ବର ୱାର୍ଡର କାଉନସିଲର ଏମ ଶ୍ରୀନିବାସ ରାଓଙ୍କ ସମେତ ସମସ୍ତ କାଉନସିଲର, ପୌରପରିଷଦ କର୍ମଚାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ରହିଥିଲେ । ଏହି ଦୁଇଟି ଜୟ ଜଗନ୍ନାଥ ଅର୍ପଣ ରଥ ଆଜି ଠାରୁ ପୋୖରାଞ୍ଚଳର ୨୬ ଟି ୱାର୍ଡର ପ୍ରତ୍ୟକ ଅଞ୍ଚଳ ବୁଲି ଭକ୍ତଙ୍କ ଦ୍ୱାରା ଅର୍ପଣ ଗୁଆ, ଅରୁଆ ଚାଉଳ ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ପୌରପରିଷଦ ଅଧ୍ୟକ୍ଷ ମହେଶ ପଟନାୟକ ।