ପୌରସ୍ତରୀୟ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମର ଉଦଜାପିତ

0
36
ପୌରସ୍ତରୀୟ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୯/୦୧) : ରାୟଗଡ଼ା ପୌରପରିଷଦ ଅଧୀନରେ ଗତ ୬ ତାରିଖରୁ ନୂଆ ଓ କ୍ରୀଡା କାର୍ଯ୍ୟକ୍ରମ ସ୍ଥାନୀୟ ଜିସିଡି ପଡ଼ିଆରେ ଆରମ୍ଭ ହୋଇ ୪ଦିନ ଚାଲିବା ପରେ ଆଜି ଉଜାପାନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ର, ଛାତ୍ରୀ, ଯୁବକ ଯୁବତୀ ବର୍ଗର କବାଡି, ଭଳିବଲ, ଖକ, କ୍ରିକେଟ ଭଳି ଅନେକ କ୍ରୀଡ଼ାରେ କୃତିତ୍ୱ ହାସଲ କରିଥିବା ଦଳ ମାନଙ୍କୁ ଆର୍ଥିକ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଦୀର୍ଘ ୪ ଦିନ ଧରି ପୌରପରିଷଦ ଅଧ୍ୟକ୍ଷ ମହେଶ ପଟନାୟକଙ୍କ ପ୍ରତକ୍ଷ ତତ୍ୱବାଧାନରେ ଚାଲିଥିବା ବେଳେ ଆଜିର ଉଜାପନୀ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରପରିଷଦ ଉପାଧକ୍ଷା ଶୁଭ୍ରା ପଣ୍ଡା, କାଉନସିଲର ଶର୍ମିଷ୍ଠା ପାଢ଼ୀ , ଜଗନମୋହନ, ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଅଭିନାଶ ବିଶୋଇ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଭଳି କାର୍ଯ୍ୟକ୍ରମକୁ ନେଇ ଯୁବ ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇଛନ୍ତି ।