ବାରିପଦା ଏମକେସି ସ୍କୁଲରେ ପଶିଲା ଦନ୍ତା

0
35
ବାରିପଦା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୧୮/୦୧) : ବାରିପଦା ସହରରେ ପଶିଲା ହାତୀ । ବାରିପଦା ସହରର ଏମକେସି ହାଇସ୍କୁଲ ସମେତ ବିଭିନ୍ନ ଅଞ୍ଚଳରେ ବୁଲୁଛି ହାତୀ ।

ବାରିପଦା ଏମକେସି ସ୍କୁଲରେ ପଶିଲା ଦନ୍ତା । ପୋଲିସ ଓ ବନବିଭାଗ ପକ୍ଷରୁ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରହିଛି । ସହର ମଝିରେ ଥିବା MKC ହାଇସ୍କୁଲ ପାଚେରୀ ଭାଙ୍ଗି କ୍ୟାମ୍ପସ୍ ଭିତରକୁ ପଶିଯାଇଛି । ଭୋରରୁ ସ୍କୁଲର ମୁଖ୍ୟ ଫାଟକକୁ ଲାଗି ରହିଥିବା ଛୋଟ ଫାଟକକୁ ଭାଙ୍ଗି ଭିତରକୁ ଯାଇଛି ହାତୀ । ସହରରେ ଲୋକ ଭୟଭୀତ ହୋଇପଡ଼ିଛନ୍ତି । ଖବର ପାଇ ବନବିଭାଗର ଏକ ଟିମ ହାତୀଟିକୁ ସେଠାରୁ କାଢ଼ି ପୁଣି ଜଙ୍ଗଲରେ ଛାଡ଼ିବାର ପ୍ରୟାସ ଜାରି ରଖିଛି । ତେବେ ପ୍ରାୟ ୮/୯ ଏକରର ସ୍କୁଲ ପରିସର ଭିତରେ ଅନେକ ଜଙ୍ଗଲିଆ ସ୍ଥାନ ଥିବାରୁ ହାତୀଟିକୁ କାବୁ କରିବା ସମ୍ଭବ ହୋଇନାହିଁ । ସ୍କୁଲର ବାହାରେ ଅନେକ ଲୋକଙ୍କ ଭିଡ଼ ଥିବାରୁ ହାତୀଟିକୁ ସିଧାସଳଖ ଘଉଡ଼ାଇବା ମଧ୍ୟ ବିପଜ୍ଜନକ ହେଉଛି । ତେବେ ନିଶ୍ଚେତକ ଦେଇ ହାତୀକୁ ଅଚେତ କରି ଉଦ୍ଧାର କରାଯିବାର ପ୍ରୟାସ ମଧ୍ୟ କରୁଛି ବନ ବିଭାଗ ।