ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
48
ଜଙ୍ଗଲ ସୁରକ୍ଷା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୪/୧) : କଥାରେ ଅଛି “ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା” । ମନୁଷ୍ୟ ବଞ୍ଚି ରହିବା ପାଇଁ ଜଙ୍ଗଲର ଯେ କେତେ ମହତ୍ତ୍ଵ ରହିଛି ଆମେ ସମସ୍ତେ ଉଣା ଅଧିକେ ଜାଣିଛନ୍ତି ।WhatsApp Image 2024 01 24 at 18.37.52 ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି ସିକରପାଇ ରେଞ୍ଜର ବନପାଳ ପ୍ରଦୀପ୍ତ କୁମାର ଜେନା । ପୂର୍ବରୁ ଜଙ୍ଗଲ ନିକଟରେ ବସବାସ କରୁଥିବା ଆଦିବାସୀ ମାନେ ପୋଡ଼ୁ ଚାଷ ପାଇଁ ଜଙ୍ଗଲରେ ନିଆଁ ଲଗେଇ ଦେଉଥିଲେ । ଫଳରେ ଜଙ୍ଗଲର ବହୁ ମୂଲ୍ୟବାନ ଗଛପତ୍ର ସହ ଜଙ୍ଗଲର ଜୀବଜନ୍ତୁ ଜଳିପୋଡି ନଷ୍ଟ ହୋଇଯାଉଥିଲେ । ଏହି ସଂରକ୍ଷିତ ଜଙ୍ଗଲର ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବାକୁ ସକାଳୁ ସକାଳୁ ବାହାରିପଡନ୍ତି ପ୍ରଦୀପ୍ତ ବାବୁ । ଜଙ୍ଗଲ ନିକଟରେ ବସବାସ କରୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ବୁଝାଇବା ସହ ଗଛ ନ କାଟି ନୂତନ ଚାରା ରୋପଣ କରି ଜଙ୍ଗଲକୁ ଆହୁରି ସୁନ୍ଦର ଓ ଘଞ୍ଚ କରିବାକୁ ପ୍ରବର୍ତ୍ତାଇ ଥାନ୍ତି ।

ସିକରପାଇ ରେଞ୍ଜର ମଣ୍ଡଳ ପିତେସୁ , ରେଗେଡାଗୁଡା, ପୁଙ୍ଗାଵେଡା ଇତ୍ୟାଦି ଆଦିବାସୀ ଅଧ୍ୟୁଷିତ ଗ୍ରାମରେ ମିଟିଙ୍ଗ୍ କରି ଗ୍ରାମବାସୀ ମାନଙ୍କୁ ବନ୍ୟ ଜନ୍ତୁ ସଂରକ୍ଷଣ ଓ ଜଙ୍ଗଲରେ ନିଆଁ କିପରି ନଲାଗିବ ସେ ବିଷୟରେ ସଚେତନତା କରୁଥିବା ଦେଖିବାକୁ ମିଳିଛି । ଯଦି କୌଣସି କାରଣରୁ ଜଙ୍ଗଲରେ ନିଆଁ ଲାଗିଯାଏ ତେବେ ଜଙ୍ଗଲରୁ ଜଙ୍ଗଲକୁ କିପରି ନିଆଁ ବ୍ୟାପିବନି ସେଥିପାଇଁ ଫାୟାର ଲାଇନ ଵ୍ୟଵସ୍ଥା କରୁଥିବା ସୂଚନା ମିଳିଛି । ତେବେ ବନପାଳ ପ୍ରଦୀପ୍ତ କୁମାର ଜେନାଙ୍କ ଏହି ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ସିକରପାଇ ରେଞ୍ଜର ସଂରକ୍ଷିତ ଜଙ୍ଗଲ ସୁରକ୍ଷିତ ରହିଥିବା ଦେଖିବାକୁ ମିଳିଛି ।