ସାଇବର ଠକ ଗିରଫ

0
29
ସାଇବର ଠକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂପୁର, (୨୯/୦୧) : ବାଲିକୁଦା ପୋଲିସକୁ ବଡ଼ ସଫଳତା,ସୂଚନା ଥାଉ କି ଗତ ୨୪ ତାରିଖରେ ବାଲିକୁଦା ଥାନା ଅଂଚଳ ତେନ୍ତୁଲିବେଲାରୀ ଗ୍ରାମର ପ୍ରଶାନ୍ତ ହାତୀଙ୍କ ଏକ୍ସିସ୍ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ କରି ଜଣେ ସାଇବର ଠକ ୫ ଲକ୍ଷ ୪୭ ହଜାର ଟଙ୍କା ଲୁଟି ନେଇ ଥିଲା ।

ସେ ବାଲିକୁଦା ଥାନାରେ ଅଭିଯୋଗ କରିଥିଲେ । ବାଲିକୁଦା ଥାନା ଅଧିକାରୀ ସଲିଳ ପ୍ରଧାନ ନିଜେ ଏହି କେସକୁ ଗୁରୁତ୍ବର ସହ ନେଇ ଆଜି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରୁ ସାଇବର ଠକ ଅତନୁ ପାତ୍ରକୁ ଗିରଫ କରିଛି । କିନ୍ତୁ ଏହି ଠକ ପୋଲିସକୁ ୩୦ ହଜାର ନେଇଛି ବୋଲି ମାନି ଥିବା ବେଳେ ଆଉ ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ ଉଠିଛି । ଆସାମୀ ଅତନୁ ପାତ୍ରକୁ କୋର୍ଟ ଚାଲାଣ କରାଯାଇଛି ।