ଶ୍ରୀମନ୍ଦିର ପ୍ରକଳ୍ପ ଦର୍ଶନ ଅଧୁରା ରହିଗଲା

0
42
ଶ୍ରୀମନ୍ଦିର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨/୨) : ଜାତୀୟ ରାଜପଥରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଆଶା ଥିଲା ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଦେଖି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବା ।

କିଏ ଜାଣିଥିଲା ବାଟରେ ଏପରି ଅଘଟଣ ଘଟିବ , ହସଖୁସିରେ ଜାଗା ଦର୍ଶନ ପାଇଁ ବାହାରିଥିବା ଶ୍ରଦ୍ଧାଳୁମାନେ ଦୁର୍ଘଟଣାର ଶିକାର ହେବେ । ଜାତୀୟ ରାଜପଥରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଏଭଳି ଦୁର୍ଘଟଣା ଘଟିଛି । ୨୦ ଆହତ ଯାତ୍ରୀଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନେ ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯାଉଥିଲେ । ଯିବା ରାସ୍ତାରେ ଏପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ବସ୍‌ଟି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଏନ୍ ଏ ସି ରୁ ୪୨ଜଣ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିଲା । ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ।