ଯୋଗାଳୟ ଠାରେ ପ୍ରାକ୍ତନ ଜିଲ୍ଲାପାଳ ଓ ଏ ଡି ଏମ ଙ୍କୁ ବିଦାୟ ସମ୍ୱର୍ଦ୍ଧନା

0
39
ଯୋଗାଳୟ ଠାରେ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୧/୦୨) : ସୋନପୁର ର ଶ୍ରୀ ଗୋପାଳଜୀ ତଡ଼ିତ ମନ୍ତ୍ର ଶ୍ୱାସ ଯୋଗାଳୟ ଠାରେ ସୁବର୍ଣ୍ଣପୁର ର ପ୍ରାକ୍ତନ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଓ ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ ଙ୍କୁ ଆଜି ଯୋଗାଳୟ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରଯାଇଥିଲା l

ସଂଗଠନ ପକ୍ଷରୁ ଉଭୟଙ୍କୁ ଭବ୍ୟ ସ୍ବାଗତ କରାଯାଇଥିବା ବେଳେ ଏଥିରେ ସ୍ୱଚ୍ଛ ଭାରତ, ଓଡ଼ିଶା ସାମ୍ୱାଦିକ ସଂଘ, ପଏଁରୀ, ରକ୍ତ ଦାତା ସଂଘ, ବରିଷ୍ଠ ନାଗରିକ ସଂଘ ସମେତ ପ୍ରମୁଖ ସଙ୍ଗଠନ ର କର୍ମକର୍ତ୍ତା ଯୋଗ ଦେଇ ଶ୍ରୀ ରାୟ ଓ ଶ୍ରୀ ଦାଶ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ସହ ଦୀର୍ଘମୟ ସୁଖମୟ କାମନା କରିଥିଲେ l ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଏନ୍ ସି ସି ଲେଫ୍ଟନେଣ୍ଟ ଆଶିଷ ଅଗ୍ରୱାଲା, ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ, କବି ସୁଦାମ ନାଏକ, ମନୋଜ୍ ପଣ୍ଡା, ମନୋରଂଜନ ତ୍ରିପାଠୀ, ଲଡୁ କିଶୋର ମଲ୍ଲିକ, ମହାଦେବ ମଲ୍ଲିକ, ବୈକୁଣ୍ଠ ଶତପଥି ପ୍ରମୁଖ ସହର ର ବହୂ ବୁଦ୍ଧିଜିବୀ ସଚେତନ ନାଗରିକ ଜିଲ୍ଲା ପ୍ରତି ଥିବା ଶ୍ରୀ ରାୟ ଓ ଶ୍ରୀ ଦାଶ ଙ୍କ ଅବଦାନ ଉପରେ ବର୍ଣ୍ଣନା କରିଥିଲେ l

ଆଇନଜିବୀ ପ୍ରଦୀପ ପୁରୋହିତ ସଭା ସଂଯୋଜନା କରି ସୂର୍ଯ୍ୟ ଅସ୍ଥ ହେଲେ ପୁଣି ଉଦୟ ହୋଇଥାଏ ବୋଲି ମତ ରଖିଥିଲେ l ସୁଦାମ ନାଏକ ଶ୍ରୀ ବିମଳ ରୟ ଙ୍କୁ ଚନ୍ଦ୍ର ର ଆଖ୍ୟା ଦେଇ ବର୍ଣ୍ଣନା କରି ଜିଲ୍ଲା ଉପରେ ଉଭୟ ସୂର୍ଯ୍ୟ ଚନ୍ଦ୍ର ଙ୍କ ରଶ୍ମି ର କିରଣ ନିଶ୍ଚୟ ପଡ଼ିବ ବୋଲି କହିଥିଲେ l ଯୋଗlଲୟ ର ବରିଷ୍ଠ ସଦସ୍ୟ ଆର୍ତ୍ତ ତ୍ରlଣ ବାବୁ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସନ୍ତୋଷ ପାଢ଼ୀ, ହରିହର ଶତପଥି ପ୍ରମୁଖ ମଂଚାସୀନ ସମସ୍ତ ଅତିଥି ବିଭିନ୍ନ ମତ ରଖି ଥିଲେ l ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ଜିଲ୍ଲାପାଳ ଓ ଏ ଡି ଏମ ଉଭୟ ଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା l ଏ ଜିଲ୍ଲା ର ଲୋକ ଙ୍କ ଆଚାର ବ୍ୟବହାର ଓ ସମଗ୍ର ପରିବେଶ ଭାବଗତ ସମ୍ପର୍କ କୁ କେବେ ଭୁଲି ହେବନି ବୋଲି ଶ୍ରୀ ରାୟ ଓ ଦାଶ ମତ ରଖିଥିଲେ l ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l