ମିଡିଆ କ୍ଲବ ଗୁଣୁପୁର ର ଶୁଭ ଉଦ୍ଘାଟନ ଓ କର୍ମକର୍ତ୍ତା ଚୟନ

0
39
ମିଡିଆ କ୍ଲବ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୪/୨) : ଆଜି ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ନୂତନ ଭାବେ” ମିଡିଆ କ୍ଲବ୍ ଗୁଣୁପୁର” ନାମରେ ଏକ ସାମ୍ବାଦିକ ସଂଘ ଗଠନ ହୋଇଯାଇଛି ।WhatsApp Image 2024 02 04 at 17.02.36 ମିଡିଆ କ୍ଲବ ଗୁଣୁପୁର ର ଶୁଭ ଉଦ୍ଘାଟନ ଓ କର୍ମକର୍ତ୍ତା ଚୟନ

ଉକ୍ତ ସଂଘର ଆବାହକ ଶ୍ରୀ ଜିତେନ୍ଦ୍ର କୁମାର ଶତପଥି ଙ୍କ ଆହ୍ଵାନ କ୍ରମେ ଗୁଣୁପୁର ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମିଳିତ ଉଦ୍ୟମରେ “ମିଡ଼ିଆ କ୍ଲବ୍ ଗୁଣପୁର”ର ସୁପରିଚାଳନା ପାଇଁ ସାମ୍ବାଦିକ ଭାଇ ମାନଙ୍କୁ ବିଭିନ୍ନ ଦାୟିତ୍ଵ ନିର୍ବାହ ନିମନ୍ତେ ଚୟନ କରାଯାଇଅଛି । ଏହି ଅବସରରେ ସମସ୍ତ ଉପସ୍ଥିତ ସାମ୍ବାଦିକଙ୍କ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଶ୍ରୀ ଅନିଲ୍ ସାହୁକାର ମନୋନୀତ ହୋଇଥିବା ବେଳେ, ଶ୍ରୀ ଜଗନ୍ନାଥ ମହାନ୍ତି ସମ୍ପାଦକ, ଶ୍ରୀ କୃଷ୍ଣଚନ୍ଦ୍ର ରାଜଗୁରୁ କାର୍ଯ୍ୟକାରୀ ସଭାପତି, ଶ୍ରୀ ବିଭୁ ପ୍ରସାଦ ଶତପଥୀ ସହ ସମ୍ପାଦକ ଭାବେ ମନୋନୀତ କରାଯାଇଥିଲା ।

ଏହି ପରିପ୍ରେକ୍ଷିରେ ଗୁଣପୁର ଅଞ୍ଚଳର ସମାଜସେବୀ ତଥା ବରିଷ୍ଠ ଓକିଲ ରମେଶ ଲିମା ଙ୍କୁ “ମିଡ଼ିଆ କ୍ଲବ୍ ଗୁଣପୁର”ର ଆଇନ ଗତ ପରାମର୍ଶଦାତା ଭାବେ ଚୟନ କରାଯାଇଥିଲା ଏବଂ ଯୁବ ଆଇନଜୀବୀ, ସାମ୍ବାଦିକ ତଥା ଶିକ୍ଷା ଉଦ୍ୟୋଗ କାରୀ ଶ୍ରୀ ଲକ୍ଷ୍ମୀ ମହାଙ୍କୁଡ ଙ୍କୁ ସଂଘର କୋଷାଧ୍ୟକ୍ଷ ତଥା ଉପଦେଷ୍ଟା ଭାବେ ଚୟନ କରାଯାଇଅଛି । ସାମ୍ବାଦିକ ରାକେଶ ପାଢି, ଦିଲିପ୍ ରାଜଗୁରୁ, ମହେଶ ପାଟଖଣ୍ଡାଳ, ଜଗଦୀଶ ପ୍ରସାଦ ଶତପଥୀ, ଅନିଲ ଚୌଧୁରୀ, ସୁନୀଲ ସାବତ,ସିଲା ଗମାଙ୍ଗ ,ଉମା ମହାଙ୍କୁଡ ଓ ବିଷ୍ଣୁ ଶତପଥି ସଂଘର କାର୍ଯ୍ୟନିର୍ବାହୀ ସଦସ୍ଯ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଏହି ସଂଘର କାର୍ଯ୍ୟକର୍ତ୍ତା ଚୟନ ସମୟରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଧନଞ୍ଜୟ ବେହେରା, ସୂଚନା ବିଭାଗ ବରିଷ୍ଠ ସହାୟକ ଶ୍ରୀ ଅନନ୍ତ ପାତ୍ର ଉପସ୍ଥିତ ଥିଲେ। କାର୍ଯ୍ୟକର୍ତ୍ତା ଚୟନ ହୋଇସାରିବା ପରେ ସଂଘର ଆବାହକ ଶ୍ରୀ ଜିତେନ୍ଦ୍ର ଶତପଥୀ ବିଧିବଦ୍ଧ ଭାବେ ନାମ ଘୋଷଣା କରିଥିଲେ ଏବଂ ସଭାପତି ଶ୍ରୀ ଅନିଲ୍ ସାହୁକାର ସଂଘର ଆଭିମୁଖ୍ୟ ସ୍ପଷ୍ଟତାର ସହ ପ୍ରତିପାଦନ କରିଥିଲେ । ପରିଶେଷରେ ମନୋନୀତ ପ୍ରାର୍ଥୀ ମାନଙ୍କୁ ଉପସ୍ଥିତ ସମସ୍ତ ସାମ୍ବାଦିକ, ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଧନ୍ମଞ୍ଜୟ ବେହେରା,ସୂଚନା ବିଭାଗ ବରିଷ୍ଠ ସହାୟକ ଶ୍ରୀ ଅନନ୍ତ ଏବଂ ଫ୍ରେସ୍ ୟୁନିୟନର ପୂର୍ବତନ ସଭାପତି ଶ୍ରୀ ପ୍ରମୋଦ ସାହୁ ଶୁଭେଚ୍ଛା ସହ ସଂଘର ଉତ୍ତରାନୁତର ଉନ୍ନତି କାମନା କରିଥିଲେ। ଶେଷରେ ଦିଲିପ୍ ରାଜଗୁରୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।