ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ କେକେବିଏନ ଟପ କ୍ୟାଡର ମାଓବାଦୀ ନିହତ

0
50
ମାଓବାଦୀ

ରିପୋର୍ଟ : ବିଭୁତି ଲହରିଆ
ବାଲିଗୁଡା, (୪/୨) : ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର କାମ୍ବେରିକିଆ ଜଙ୍ଗଲ ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ lWhatsApp Image 2024 02 04 at 20.41.22 ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳିବିନିମୟ କେକେବିଏନ ଟପ କ୍ୟାଡର ମାଓବାଦୀ ନିହତ

ସୁରକ୍ଷା କର୍ମୀ ଙ୍କ ପାଲଟା ଜବାବ ରେ ଜଣେ ଟପ କ୍ୟାଡର ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଏସଓଜି ଯବାନ ଆହତ ହୋଇଛନ୍ତି l ନିହତ ମାଓବାଦୀ କେକେବିଏନ ଟପ କ୍ୟାଡର ଡିସିଏମ ଦାସରୁ ବୋଲି ଜଣାପଡିଛି l ଆହତ ଏସଓଜି ଯବାନ ଙ୍କୁ ବାଲିଗୁଡା ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି l ଆହତ ଏସଓଜି ଯବାନଙ୍କ ହାତରେ ଗୁଳି ବାଜିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି l ସୂଚନା ଅନୁଯାଇ ଶନିବାର ଦିନ କାମ୍ବେରିକିଆ ଜଙ୍ଗଲ ରେ କେ କେବିଏନ ମାଓବାଦୀ ଙ୍କ କ୍ୟାମ୍ପ ଚାଲିଥିବା ସୂଚନା ପାଇ କମ୍ବିଙ୍ଗ ଅପରେସନ କୁ ଯାଇଥିଲେ ଏସଓଜି ଟିମ l

କମ୍ବିଙ୍ଗ ଅପରେସନ ବେଳେ ସୁରକ୍ଷାକର୍ମୀ ଙ୍କ ଉପରେ ଅତର୍କିତ ଗୁଳି ଚାଳନା କରିଥିଲେ ମାଓବାଦୀ l ମାଓବାଦୀ ଙ୍କୁ ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ l ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା l ତେବେ ଉକ୍ତ ଜଙ୍ଗଲ ରେ ଏବେ ବି କମ୍ବିଙ୍ଗ ଅପେରସନ ଜାରି ରହିଥିବା ସୂଚନା ରହିଛି l ଆହତ ଡିଭିଏଫ ଜବାନ ଙ୍କ ବାମ ହାତରେ ଗୁଳି ବାଜିଥିବା ଜଣା ପଡିଛି l ମାଓବାଦୀ ସଙ୍ଘଠନର ଡିଭିଜନାଲ କମିଟି ମେମ୍ବର ଥିଲେ ଦାସରୁ l

କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ବିଭିନ୍ନ ଥାନା ଅଞ୍ଚଳ ରେ ୨୦ ରୁ ଅଧିକ ହିଂସା ମାମଲା ମାଓଲିଡର ଦାସରୁ ନାମରେ ରହିଥିବା କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ସୂଚନା ଦେଇଛନ୍ତି l ବର୍ତମାନ ସେହି ଅଞ୍ଚଳ ରେ ଯବାନ ଙ୍କ ପକ୍ଷରୁ ସର୍ଚ୍ଚ ଅପେରସନ ଜାରି ରହିଛି| ମୃତ ମାଓ କ୍ୟାଡର ନାମରେ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା l ମାଓ କ୍ୟାମ୍ପ ରୁ ରାଇଫଲ ସମେତ ବିଭିନ୍ନ ମାଓ ସାମଗ୍ରୀ ସୁରକ୍ଷା ବାହିନୀ ପକ୍ଷରୁ ଜବତ କରାଯାଇଛି l