ବାଘ ଛାଲ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍

0
57
ବାଘ ଛାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୧୩/୦୨) : ମାତିଛନ୍ତି ବାଘ ଛାଲ ସ୍ମଗଲର୍ । ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ୍ । କନ୍ଧମାଳ ଦାରିଙ୍ଗବାଡ଼ିରୁ ଧରା ପଡ଼ିଛି ଜଣେ ଅଭିଯୁକ୍ତ ।

ଗିରଫ ଅଭିଯୁକ୍ତ ହେଉଛନ୍ତି ଦାରିଙ୍ଗବାଡ଼ିର ଘନେଶ୍ୱର ପ୍ରଧାନ (୩୫)।ଘନେଶ୍ୱର ପ୍ରଧାନ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଯୋଜନା କରୁଥିଲେ । କୌଣସି ସୁତ୍ରରୁ ଖବର ପାଇ ଏସଟିଏଫ୍‌ ଟିମ୍ ଗ୍ରାହକ ବେଶରେ ତାଙ୍କ ପାଖରେ ପହଞ୍ଚି ଥିଲା । ଡିଲ୍ ପୂର୍ବରୁ ଅଭିଯୁକ୍ତ ଘନେଶ୍ୱରକୁ ମାଡ଼ି ବସିଥିଲା ଏସଟିଏଫ୍ । ଏହା ଛଡ଼ା ତାହା ପାଖରୁ ବାଘ ଛାଲ ଜବତ କରିଥିଲା । ତେବେ ସେ ବାଘ ଛାଲ କେଉଁଠୁ ଆଣିଥିଲା, ତାହା ଜଣାପଡ଼ି ନାହିଁ । ଏସଟିଏଫ୍ ତାହା ଉପରେ ତଦନ୍ତ ଜଳାଇଛି ।