ଟଙ୍କା ପାଇଁ ଯୁବକ ନେଲେ ସାଙ୍ଗର ଜୀବନ

0
72
ଟଙ୍କା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୭/୦୨) : ଟଙ୍କା ପାଇଁ ସାଙ୍ଗକୁ ବିଚ୍ ବଜାରରେ ହତ୍ୟା କଲେ ଯୁବକ । ଘଟଣା ଘଟିଛି ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ମାଛ ମାର୍କେଟ ଅଞ୍ଚଳରେ ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ବର୍ଟୋଲି ଅଞ୍ଚଳର ନିହାର ରଞ୍ଜନ ଆଚାର୍ଯ୍ୟ । ପୁଲିସ ଅଭିଯୁକ୍ତ କେବଳ ସିଂହକୁ ଅଟକ ରଖି ପଚରାଉଚରା କରୁଛି । ଗତକାଲି ରାତିରେ ମାଛ ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ନିହାରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା କେବଳ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଟଙ୍କା କାରବାରକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।ପୁଲିସ କେବଳଙ୍କୁ ଅଟକ ରଖି ପଚରାଉଚରା କରୁଛି । ଝିରପାଣି ପୁଲିସ ଏବଂ DSP ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନିହାର ଓ କେବଳ ଉଭୟ ବନ୍ଧୁ ଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।