ସ୍କୁଲରେ ଝାଡ଼ା ବାନ୍ତି, ହସ୍ପିଟାଲରେ ୨୨ ପିଲା

0
72
ସ୍କୁଲରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୯/୦୨) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସାଲୋହୀ ଆଶ୍ରମ ସ୍କୁଲରେ ଝାଡ଼ା ବାନ୍ତିର ଆତଙ୍କ

୪ ଦିନ ହେବ ଝାଡ଼ା,ବାନ୍ତିରେ ୨୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ମାନଙ୍କୁ କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ଗୁରୁତର ୧୦ ଛାତ୍ରୀ ଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାଡ଼ା ବାନ୍ତିର କାରଣ ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ ତିନି ଦିନ ହେବ ସାଲୋହୀ ଆଶ୍ରମ ବିଦ୍ୟାଳୟରେ ଆତଙ୍କ ଖେଳାଇଛି ଝାଡ଼ା, ବାନ୍ତି । ପ୍ରଥମେ କିଛି ପିଲାଙ୍କୁ ଝାଡ଼ା ହୋଇଥିଲା ଔଷଧ ଦେବା ପରେ ସେମାନେ ଭଲ ହୋଇଯାଇଥିଲେ ।

ପୁଣି ଆଉ କିଛି ପିଲାଙ୍କର ଝାଡ଼ା, ବାନ୍ତି ହୋଇଥିଲା । ସେମାନଙ୍କୁ କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା । ହେଲେ ଏକା ସାଙ୍ଗରେ କ’ଣ ପାଇଁ ଏତେ ପିଙ୍କର ଝାଡ଼ା, ବାନ୍ତି ହେଲା ତାର କାରଣ ଜଣା ପଡ଼ିନାହିଁ । ଏସଡିଏମଓ ସୁବୋଧ ନାଏକ କହିଛନ୍ତି, ଏବେ ସବୁ ପିଲା ଭଲ ଅଛ ନ୍ତି। ଏକାସାଙ୍ଗରେ ଏତେ ପିଲା ମାନଙ୍କର କ’ଣ ପାଇଁ ଝାଡ଼ା ବାନ୍ତି ହୋଇଛି ତାହା ଯଣାପଡ଼ିନାହିଁ । ତେବେ ସନ୍ଦେହ କରାଯାଇଛି ଖଦ୍ୟ ପେୟର ଅନିୟମିତତା ହେତୁ ଏଭଳି ହୋଛି ।