ବୁଦାଗୁଡ଼ା ଗ୍ରାମରେ ଆଦିବାସୀ ଦୁରୁଆ ସମ୍ପ୍ରଦାୟ ମହିଳାଙ୍କ ବନ୍ଧୁମିଳନ

0
89
ବୁଦାଗୁଡ଼ା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୨/୨) : କୁନ୍ଦ୍ରା ବ୍ଲକ୍ ବାଗଦେରୀ ପଞ୍ଚାୟତ ଅନ୍ତର୍ଗତ ବୁଦାଗୁଡ଼ା ଗ୍ରାମରେ ଦୁରୁଆ ଆଦିବାସୀ ମହିଳା ମହାସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।WhatsApp Image 2024 02 22 at 17.39.04 ବୁଦାଗୁଡ଼ା ଗ୍ରାମରେ ଆଦିବାସୀ ଦୁରୁଆ ସମ୍ପ୍ରଦାୟ ମହିଳାଙ୍କ ବନ୍ଧୁମିଳନ

ଦୁରୁଆ ସମାଜର ପରାମର୍ଶଦାତା ଚନ୍ଦ୍ର ସଗରିଆଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା ଭତରା ବିକାଶ ପରିଷଦ ସଭାପତି ନୀଳକଣ୍ଠ ପୂଜାରୀ, କୋଟପାଡ଼ ବ୍ଲକ ଛତର୍ଲା ବିଛିନ୍ନାଞ୍ଚଳର ସମାଜସେବୀ ରଞ୍ଜିତ ପଟ୍ଟନାୟକ, ପୂର୍ବତନ କାଉନସିଲର ନରେନ୍ଦ୍ର ମାଝୀଙ୍କ ସମେତ କେରମେଟି, ସିନ୍ଧିଭାଟାଗୁଡା, ବାଗଦେରି, କେରମେଟି, ଫଟକିକୁମୀ, ବାକଟି ଗୁଡା, ନୂଆଗୁଡା, ଲାକଟି ଗୁଡା, କାନା ଗୁଡା, ଡାଙ୍ଗରା ପାଲି ଗ୍ରାମବାସୀଙ୍କ ସମେତ କୁନ୍ଦ୍ରା ଓ କୋଟପାଡ଼ ବ୍ଲକର ବହୁ ଦୁରୁଆ ସମାଜର ମହିଳା ଓ ପୁରୁଷ ଯୋଗ ଦେଇ ଥିଲେ ।

ସଂଘର ସମ୍ପାଦିକା ଶ୍ରୀମତୀ କାବେରୀ ଦୁରୁଆ ଏବଂ ଉପଦେଷ୍ଟା ଶ୍ରୀ ସଗରିଆ ଦୀର୍ଘ ବର୍ଷଧରି ଦୁରୁଆଙ୍କୁ ଅଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ଯେଉଁ ଭଳି ସଂଘର୍ଷ କରିବାକୁ ହେଲା ସେ ନେଇ ନିଜର ବକ୍ତବ୍ୟ ପ୍ରକାଶ କରିଥିଲେ । ଏହି ଅବସରରେ ସଂଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରା ଯାଇଥିଲା ।ରାଜ୍ୟପାଳଙ୍କ ଅବଦାନ ମଧ୍ୟ ଅତୁଳନୀୟ ବୋଲି ସଭାପତି ଶ୍ରୀମତୀ ଚନ୍ଦ୍ରାବତୀ ଦୁରୁଆ କହି ଥିଲେ ତଥା ବନ୍ଧୁ ଦୁରୁଆ ସଭା ସାଙ୍ଗ କରି ଥିଲେ ।