ଖେଳ ଭବନ ଉଦ୍ଘାଟିତ :ଆଭାସୀ ରେ ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

0
45

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୩/୦୨) : ସ୍ଥାନୀୟ ଫରେଷ୍ଟ ଜଙ୍କ୍ସନ ନିକଟରେ ନଵନିର୍ମିତ ଇଣ୍ଡୋର ଷ୍ଟାଡିଅମ ବିଜୁ ପଟ୍ଟନାୟକ ଖେଳ ଭବନ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଏହାକୁ ଉଦ୍ଘାଟନ କରିଥିଲେ । ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତ୍ତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ମରିୟମ ରଇତ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ଏମ୍ . ସୁଧାରାଣୀ, ଉପାଧ୍ୟକ୍ଷ ରଘୁରାମ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ବି.ସାୟାମ୍ମା, ଉପାଧ୍ୟକ୍ଷା ଏସ୍ . କଲ୍ୟାଣୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ପାତ୍ର, ତହସିଲଦାର ଅଶୋକ ପ୍ରଧାନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭଗବତ ସାହୁ, ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଓ ୬୦ ଜଣ ପି ଇ ଟିଙ୍କ ସମେତ ବହୁ ଛାତ୍ରଛାତ୍ରୀ, କ୍ରୀଡ଼ାପ୍ରେମୀ, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

କ୍ରୀଡା ଓ କ୍ରୀଡା ପ୍ରତିଭାମାନଙ୍କ ବିକାଶ କ୍ଷେତ୍ରରେ ଉକ୍ତ ଇଣ୍ଡୋର ଷ୍ଟାଡିଅମ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ତେବେ ନାମଫଳକର ପ୍ରଥମ ଧାଡି ବଡ ଅକ୍ଷରରେ ଇଂରାଜୀରେ ଲେଖା ଯାଇଥିବା ବେଳେ ପରେ ଛୋଟ ଅକ୍ଷରରେ ଓଡ଼ିଆରେ ଲେଖା ଯାଇଥିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରବେଶ ଫାଟକରେ ପ୍ରଥମ ଧାଡି ସ୍ପଷ୍ଟ ସୁନ୍ଦର ଓଡ଼ିଆରେ ଲେଖି ଅନ୍ୟ ଏକ ନାମଫଳକ ଲଗାଇବା ଉପରେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ରାଜ୍ୟ ସଭାପତି କବି ପ୍ରଶାନ୍ତ ମିଶ୍ର ଗୁରୁତ୍ୱ ଆରୋପ କରିଛନ୍ତି ।