ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା—-ଶ୍ରେୟ କାହାର ?

0
77
ବିଜ୍ଞାପିତ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୪/୨) : ରାଜ୍ୟ ସରକାର ୨୦ ଟି ଜିଲ୍ଲାର ୩୪ ଟି ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବରେ ଘୋଷଣା କରିଥିବା ବେଳେ ଦୁଇଟି ଜାତୀୟ ରାଜପଥର ମିଳନ ସ୍ଥଳୀ ବୋରିଗୁମ୍ମା ମଧ୍ୟ ଏଥିରେ ସାମିଲ ଅଛି ।

ବୋରିଗୁମ୍ମା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଯାଇଛି । ୨୬ ନମ୍ବର ଜାତୀୟ ରାଜପଥ, ୬୩ ନମ୍ବର ଜାତୀୟ ରାଜପଥ ତଥା ୪୮ନମ୍ବର ରାଜ୍ୟ ରାଜପଥ ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସଂଗମ ସ୍ଥଳୀ ହେଉଛି ବୋରିଗୁମ୍ମା ସହର । ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ପାଇଁ ସମସ୍ତ ଭିତ୍ତିଭୂମି ଅନେକ ପୂର୍ବରୁ ହାସଲ କରିଥିବା ବୋରିଗୁମ୍ମା ସହର ଏଥିରୁ ବଞ୍ଚିିତ ଥିଲା । ବୋରିଗୁମ୍ମା ବାସୀଙ୍କର ଏହା ଏକ ନ୍ୟାର୍ଯ୍ୟ ଅଧିକାର । ସହରବାସୀଙ୍କ ଦାବି ସହ ସ୍ଥାନୀୟ ବିଧାୟକ ତାରା ପ୍ରସାଦ ବାହିନୀପତି ୨୦୧୬ ମସିହାରୁ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇ ଆସୁଥିବା ପ୍ରକାଶ କରିଛନ୍ତି । ଦାବି ପୁରଣ ନ ହେଲେ ଆସନ୍ତା ୨୬ ତାରିଖ ଦିନ ବୋରିଗୁମ୍ମା ବନ୍ଦ ପାଇଁ ମଧ୍ୟ ଆହ୍ୱାନ କରିଥିଲେ ।

ଏହି ଖୁସୀ ଖବର ପାଇବା ପରେ କିଛି ଆଗ ଧାଡ଼ିର ସହର ବାସୀ ଅତ୍ୟନ୍ତ ଉତ୍ସାହିତ ହେବା ସହିତ ଦୀର୍ଘ ବର୍ଷର ସଂଘର୍ଷ,ଆନ୍ଦୋଳନ ଓ ପ୍ରତୀକ୍ଷାର ସମାପ୍ତି ହେଲା ବୋଲି ମତ ପ୍ରକାଶ କରିଛନ୍ତି । ୨୦୧୬ ମସିହା ଠାରୁ ୨୦୨୪ ଫେବୃୟାରୀ ମାସ ପର୍ଯ୍ୟନ୍ତ ପ୍ରତି ବର୍ଷ ବିଧାନ ସଭାରେ ଏହି ପ୍ରସଙ୍ଗ ଉଠାଇଥିବା ବେଳେ ଏହା ବିଚାରାଧୀନ ରହିଥିବା କଥା ସରକାର ଲିଖିତ ଭାବେ ପ୍ରଦାନ କରିଥିବା କଥା ମାନ୍ୟବର ବିଧାୟକ ସୂଚନା ପ୍ରଦାନ କରିଛିନ୍ତି । ତେବେ ଏହାର ଶ୍ରେୟ କେବଳ ବୋରିଗୁମ୍ମା ବାସୀଙ୍କର । ଏହାର ଶ୍ରେୟ କେହି ନେଇ ପାରିବେ ନାହିଁ,ଏପରିକି ମୁଁ ମଧ୍ୟ ନୁହେଁ ବୋଲି ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ମତ ବ୍ୟକ୍ତ କରିଛନ୍ତି ।ତେବେ କେବେ ନିର୍ବାଚନ ହୋଇ ପରିଷଦ ଗଠନ ହେବ, କେବେ କାର୍ଯ୍ୟାଳୟ ଭବନ ନିର୍ମାଣ ହେବ ଓ ଅଧିକାରୀ, କର୍ମଚାରୀ ନିଯୁକ୍ତ ହୋଇ ବିକାଶ ଆରମ୍ଭ ହେବ,ସେ ନେଇ ଜନସାଧାରଣ ତଥା ବୃଦ୍ଧିଜୀବିଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।