ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଟ୍ରକ୍

0
51
ଟ୍ରକ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୫/୦୨) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ଝରା ଗାଁ କେନାଲ ବ୍ରିଜ ନିକଟରେ ୫୩ ନଂ ଜାତୀୟ ରାଜପଥରେ ଗୋଟିଏ ଟ୍ରକ୍‌ ଅନ୍ୟ ଏକ ଟ୍ରକ୍ ପଛରେ ପିଟି ହେବାରୁ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।

ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଟ୍ରକ୍‌ ଦୁଇଟି ଗୁଜରାଟରୁ ଟାଇଲ ନେଇ ଆସିଥିଲେ । ସେମାନେ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ପଛରୁ ଧକ୍କା ଦେଇଥିବା ଟ୍ରକର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଉଦ୍ଧାର କରାଯାଇ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ତାଙ୍କର ଗୋଟିଏ ଗୋଡ଼ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଉଛି । ଦୁର୍ଘଟଣାରେ ପଛରୁ ଧକ୍କା ଦେଇଥିବା ଗାଡ଼ିର ସମ୍ମୁଖଭାଗ ଚୁରମାର ହୋଇଯାଇଛି । ପରଜଙ୍ଗ ପୁଲିସ ଘଟଣାର ତଦନ୍ତ କରୁଛି।