ବୋଲେରୋ ଓଲଟି ୧୦ ଆହତ

0
56
ବୋଲେରୋ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୨୯/୦୨) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ସିଙ୍ଗଡାପଲ୍ଲୀ ଠାରେ ସଡକ ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି ।

ମାଲକାନଗିରି ଠାରୁ ପୁରୀ ଅଭିମୁଖେ ଯାଉଥିବା ଏକ ବୋଲେରୋ ଭାରସାମ୍ୟ ହରାଇ ସିଙ୍ଗଡାପଲ୍ଲୀ ଠାରେ ଘଟିଥିଲା ଅଘଟଣ । ବୋଲେରୋରେ ବସିଥିବା ୧୦ ଜଣ ମଧ୍ୟରୁ ୮ ଜଣ ଗୁରୁତର ଆହତ ଥିବା ବେଳେ ୨ ଜଣ ସାମାନ୍ୟ ଆହତ। ପ୍ରଥମେ ସେମାନଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।