ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

0
55
ଜଙ୍ଗଲ ନିଆଁ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୦୧/୦୩) : କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବନାଞ୍ଚଳ ତରଫରୁ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ସଚେତନତା କର୍ମଶାଳା ବନ ଅଧିକାରୀ ମାଣିକେଶ୍ଵରି ପଟ୍ଟନାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 29 at 17.45.29 ଜଙ୍ଗଲ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କର୍ମଶାଳା ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ସୁରକ୍ଷା ବିଷୟରେ ଆଲୋଚନା କରାଯାଥିଲା । ଉପସ୍ଥିତ ଅତିଥି ବୃନ୍ଦଙ୍କ ଜରିଆରେ ସରକାରଙ୍କ ତରଫରୁ ଜନସାଧାରଣଙ୍କ ସଚେତନତା ପାଇଁ ସମସ୍ତ ସାହାଯ୍ୟ ସୁବିଧା ଆଲୋକ ପାତ କରାଯାଇଥିଲା l ଜଙ୍ଗଲରେ ବନ୍ୟ ଜୀବଜନ୍ତୁ ବସବାସ କରୁଛନ୍ତି ତାଙ୍କ ଜୀବନକୁ ମଧ୍ୟ ସୁରକ୍ଷା ଦରକାର ସେଥିପାଇଁ ଜନସାଧାରଣ ସଚେତନ ହେବା, ଜଙ୍ଗଲ ନଷ୍ଟ ନ କରିବା, ଗଛକୁ ମଧ୍ୟ ସୁରକ୍ଷା କରିବା, ଜଙ୍ଗଲରେ ଗଛ ପତ୍ର, ଜୀବଜନ୍ତୁ ବସବାସ କରିବା ଦ୍ୱାର ଜଳବାୟୁ ପରିବର୍ତ୍ତନ ହେଉଛି, ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ପ୍ରକାଶ କରି କହିଥିଲେ ରାଇକିଆ ବନ ବିଭାଗ ଅଧିକାରୀ ଜୁଦିଷ୍ଟ ବେହେରା ଓ ପରବର୍ତ୍ତୀ ସମୟରେ ସାମୁହିଁକ ଭାବରେ ଜଙ୍ଗଲକୁ ନିଆ ଦାଉରୁ ସୁରକ୍ଷା କରିବା ପାଇଁ ଶପଥ ପାଠ କରେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବନ ବିଭାଗ ରାଇକିଆ ଅଧିକାରୀ ଓ ବନ ବିଭାଗର କର୍ମଚାରୀ, ଓ ସୁଧାକୀରଣ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ,। ଓ ଜଙ୍ଗଲ ସୁରକ୍ଷା ସଚେତନତାରେ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ୱେତଳିନା ସାହୁ ଏସ ସି ଏଫ୍ ଫୁଲବାଣୀ, ରାଇକିଆ ଅଗ୍ନିଶମ କେନ୍ଦ୍ରର ହାବିଲଦାର ବିକାଶ ମହାପାତ୍ର, ଟୁଟୁ ପଲେଇ,ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଓ ଫରେଷ୍ଟ ର ମାନେ ମଧ୍ୟ ଯୋଗ ଦେଇ ଥିଲେ । ଓ ସଞ୍ଜୟ ମହାପାତ୍ର ଉପସ୍ଥିତ ରହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଭିଏସଏସ ମାନଙ୍କୁ ବିଭିନ୍ନ ବ୍ୟବହାରିକ ଉପକରଣ ପ୍ରଦାନ କରାଯାଇ କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା ।