0JU ରାଜ୍ୟ କାର୍ଯ୍ୟକାରିଣୀ ରେ କୋରାପୁଟ ଜିଲ୍ଲା ସାମ୍ବାଦିକଙ୍କ ଯୋଗଦାନ

0
116
0JU

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୩/୩) : ଆଜି ସୁବର୍ଣ୍ଣପର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ OJU  ରାଜ୍ୟ ଶାଖାର କାର୍ଯ୍ୟ କାରିଣୀ ବୈଠକ ତଥା ସୁବର୍ଣ୍ଣପୁର ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 03 03 at 16.18.11 1 0JU ରାଜ୍ୟ କାର୍ଯ୍ୟକାରିଣୀ ରେ କୋରାପୁଟ ଜିଲ୍ଲା ସାମ୍ବାଦିକଙ୍କ ଯୋଗଦାନ

0JU ରାଜ୍ୟ କାର୍ଯ୍ୟକାରିଣୀ ରେ କୋରାପୁଟ ଜିଲ୍ଲା ସାମ୍ବାଦିକଙ୍କ ଯୋଗଦାନ । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟ ବୈଠକରେ ମୂଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୁଶ୍ରୀ ଅନ୍ୟା ଦାସ ତଥା ଦ୍ୱିତୀୟ ପର୍ଯ୍ୟାୟ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ବିଧାୟକ ଶ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଶ୍ରୀ ଶସି ଭୁଷଣ ପ୍ରହରାଜଙ୍କ ନେତୃତ୍ବରେ ତଥା ସୁବର୍ଣ୍ଣପୁର ଜିଲ୍ଲା ସାସ୍ଵାଦିକ ସଂଘର ସହଯୋଗରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ବୈଠକରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ବରିଷ୍ଠ ସାମ୍ବାଦିକ ପ୍ରତିନିଧି ମାନେ ଯୋଗ ଦାନ କରିଥିଲେ ।

ଏହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ଶାଖାର ସାଧାରଣ ସମ୍ପାଦକ ହରିଶ କୁମାର ପଟ୍ଟନାୟକ,ଉପ- ସଭାପତି ରବି ଶଙ୍କର ମହାପାତ୍ର,ବରିଷ୍ଠ ସାମ୍ବାଦିକ ସୁଶୀଳ କୁମାର ଷଡ଼ଙ୍ଗୀ ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିବା ସହିତ କୋରାପୁଟ ଜିଲ୍ଲାରେ ସାମ୍ବାଦିକଙ୍କ ପ୍ରତି ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ଵାନ ଓ ସମସ୍ୟା ଗୁଡ଼ିକ ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ପୂଜ୍ୟ ପୂଜାର ପରମ୍ପରାକୁ ବଜାୟ ରଖିବାକୁ ଯାଇ ବନଖଣ୍ଡ ଅଧିକାରୀ ଶ୍ରୀ ସଞ୍ଜୀବ କୁମାର ରାଉତଙ୍କୁ ଓଡ଼ିଶା ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା ।

ଏଥିସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମୂଖ୍ୟ ଅତିଥି ଶ୍ରୀ ପଦ୍ମନାଭ ବେହେରା ସରକାରଙ୍କ ନିକଟରେ ଆସନ୍ତା ୪/୫ ମଧ୍ୟରେ ସାମ୍ୱାଦିକ ମାନଙ୍କର ସମସ୍ୟା ଉପସ୍ଥାପନ କରି ବର୍ତ୍ତମାନ ତଥା ପୂର୍ବରୁ ଲିଖିତ ଭାବରେ ଦିଆ ଯାଇଥିବା ୧୦ ଦଫା ଦାବୀ ପୁରଣ ପାଇଁ ଗୁରୁତ୍ୱର ସହ ଚର୍ଚ୍ଚା କରି ନିଷ୍କର୍ଷ ବାହାର କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।