ତାଲା ଭାଙ୍ଗି ୧୨ ବର୍ଷ ଧରି ବନ୍ଦ ରହିଥିବା ପଞ୍ଚାୟତ କମ୍ପ୍ଲେକ୍ସ ଖୋଲିଲେ ସରପଞ୍ଚ

0
121
ତାଲା ଭାଙ୍ଗି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମକଟକ, (୦୭/୦୩) : ଚାରିଥର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଶେଷରେ ଜିଲ୍ଲା ପ୍ରଶାସନ ନଶୁଣିବାରୁ ଆଜି ତାଲା ଭାଙ୍ଗି ବାରବର୍ଷ ଧରି ବନ୍ଦ ରହିଥିବା ପଞ୍ଚାୟତ କମ୍ପ୍ଲେକ୍ସ ଖୋଲିଲେ ସରପଞ୍ଚ l

ରାୟଗଡା ଜିଲ୍ଲା ବିଷମକଟକ ସହରର ପୁରୁଣା ଥାନା ସମ୍ଭୁଖରେ ଥିବା ମାର୍କେଟ କମ୍ଲେକ୍ସ ନିର୍ମାଣ ହେବାଠାରୁ ଦିର୍ଘ ବାରବର୍ଷ ହେଲା ବନ୍ଧ ରହିଥିଲା l ଏହାକୁ ଖଲି ଲୋକଙ୍କୁ ହସ୍ତାନ୍ତର କରିବାକୁ ଚାରି ଚାରିଥର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ ବିଷମକଟକ ସରପଞ୍ଚ ନମିତା କୁଲେସିକା l ଶେଷରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଆଜି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଲାଭାଙ୍ଗି ନଅଗୋଟି କମ୍ପ୍ଲେକ୍ସ ଖୋଲିଥିବା ଦେଖିବାକୁ ମିଳିଛି l

ପୂର୍ବରୁ ଏହି କମ୍ପ୍ଲେସ ଠିକାଦାରଙ୍କ କବଜାରେ ରହିଥିଲା ଯାହାଫଳରେ ଗତ ସୋମବାର ୧୯ ତାରିଖରେ ବିଷମକଟକ ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣିରେ ରାୟଗଡା ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କୁ ସାକ୍ଷାତକରି ଦୀର୍ଘ ଦିନରୁ ବନ୍ଦ ପଡ଼ିଥିବା ଏହି ମାର୍କେଟ କମ୍ପ୍ଲେକ୍ସ ଖଲିବାକୁ ନିବେଦନ କରିଥିଲେ ସରପଞ୍ଚ l ଏହା ପୂର୍ବରୁ ମଧ୍ୟ ପୂର୍ବତନ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ମଧ୍ୟ ତିନିଥର ଜଣେଇଥିଲେ ସରପଞ୍ଚ l ହେଲେ ଜିଲ୍ଲାପାଳ ଏହାର ମରାମତି ନିମନ୍ତେ ପାଞ୍ଚ ଲକ୍ଷ୍ୟ ଟଙ୍କା ଦେବା ପାଇଁ କହିବା ସହ ଏହାର ସମାଧାନ ପାଇଁ ସ୍ଥାନୀୟ ବିଡିଓ ସଦାଶିବ ନାୟକଙ୍କୁ ନିର୍ଦେଶ ଦେଇଥିଲେ I ହେଲେ ଏଥି ପ୍ରତି କେହି ହେଲେ ମଧ୍ୟ ଦୃଷ୍ଟି ଦେଇନଥିବାରୁ ବାଧ୍ୟହୋଇ ଆଜି ତାଲା ଭାଙ୍ଗି ଖୋଲିଥିବା ଦେଖିବାକୁ ମିଳିଛି l