ପୁରୁଷୋତ୍ତମପୁର ତାରା ତାରିଣୀ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ର ସେମିନାର ଅନୁଷ୍ଠିତ

0
186
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୧୩/୦୩) : ପୁରୁଷୋତ୍ତମପୁର ଏନଏସି ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ର ରାଜନିତି ବିଜ୍ଞାନ ତରଫରୁ ଭାରତୀୟଦଳୀୟବ୍ୟବସ୍ତାର ସାମ୍ପ୍ରତିକ ଧାରା,ଉପରେ ଏକ ପାଠଚକ୍ର ଆୟୋଜିତ ହୋଇ ଯାଇଛି ।

ମହାବିଦ୍ୟାଳୟର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ଙ୍କ ଅଧକ୍ଷତା ରେ ଏହି ସେମିନାର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟଳୟ ର ପ୍ରାକ୍ତନ ପ୍ରଫେସର ଡ଼ ବିଷ୍ଣୁ ଚରଣ ଚୌଧୁରୀ ଯୋଗ ଦେଇ ଛାତ୍ର, ଛାତ୍ରୀ ଙ୍କୁ ଭାରତୀୟ ଦକୀୟ ବ୍ୟବସ୍ତାର ନୂତନ ଧାରା ଗୁଡ଼ିକ ଉପରେ ଆଲୋକ ପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ମହା ବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଶ୍ରୀଯୁକ୍ତ ଵାସୁ ଦେବ ମହାପାତ୍ର ଯୋଗ ଦେଇ ଛାତ୍ର, ଛାତ୍ରୀ ଙ୍କୁ ଭାରତୀୟ ଗଣତନ୍ତ୍ର ଉପରେ ଉଦବୋଧନ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭୀଗୀୟ ମୁଖ୍ୟ ସୁଶାନ୍ତ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଯୁକ୍ତ ୩ ଛାତ୍ରୀ, ସୁଶ୍ରୀ ଶୁଭଶ୍ରୀ ବେହେରା ବିଭାଗୀୟ ଅଧ୍ୟାପକ ଶ୍ରୀଯୁକ୍ତ ସମୀର କୁମାର ମିଶ୍ର ଙ୍କ ତତ୍ୱା ବଧାନ ରେ ସନ୍ଦର୍ଭ ପାଠ କରିଥିଲେ । ଉକ୍ତ ପାଠଚକ୍ର ରେ ମହାବିଦ୍ୟଳୟ ର ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଛାତ୍ର, ଛାତ୍ରୀ ରାଜନୀତି ଉପରେ ବହୁ ପ୍ରଶ୍ନ ପଚାରି ଥିଲେ ତାର ଉତ୍ତର ଆଧ୍ୟାପକ ଡ଼ ସମୀର କୁମାର ମିଶ୍ର ଦେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ଡ଼ ସିମାଞ୍ଚଳ ପଟନାୟକ ମୁଖ୍ୟ ବକ୍ତା ଙ୍କ ବିଶ୍ଵବିଦ୍ୟାଳୟରେ କାମ କରିବା ସମୟ ର କାର୍ଯ୍ୟକାରିତା ଓ ଦକ୍ଷତା ଏହି ବିଦ୍ୟାଳୟ ପ୍ରତି ତାଙ୍କର ଉପକାରିତା ଉପରେ ସମସ୍ତଙ୍କୁ ଜଣାଇଥିଲେ ।

ପ୍ରାକ୍ତନ ପ୍ରଫେସର ଙ୍କ ତିନି ଜଣ ଶିଷ୍ୟ ଏହି ମହାବିଦ୍ୟାଳୟ ରେ ଅଧ୍ୟାପକ ସୁଶାନ୍ତ, ସମୀର, ଦେବୀ ପ୍ରସାଦ କାର୍ଯ୍ୟ କରୁ ଥିବାରୁ ସେ ଆଜି ଗର୍ବିତ ବୋଲି କହିବା ସହ ଏହି ତିନି ଶିଷ୍ୟ ମଧ୍ୟ ଗୁରୁଙ୍କୁ ବକ୍ତା ଭାବେ ଡ଼ାକି ସେମାନେ ଏବେ ବି ସବୁକିଛି ପାଇଛନ୍ତି କହିବା ଗୁରୁଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣ, ସବୁ ଛାତ୍ର, ଛାତ୍ରୀ ଙ୍କୁ ଭଲ ପାଇବା ଓ ତାଙ୍କୁ ଦେଇଥିବା ଶିକ୍ଷା ଆଜି ସେମାନେ ଏହି ମହା ବିଦ୍ୟାଳୟ ର ଛାତ୍ର,ଛାତ୍ରୀ ଙ୍କୁ ଶିକ୍ଷା ଦେଉଛନ୍ତି । ସେଥିପାଇଁ ଏପରି ଗୁରୁ ପାଇ ସେମାନଙ୍କ ସହିତ ଉପସ୍ଥିତ ଛାତ୍ର, ଛାତ୍ରୀ ବହୁତ ଖୁସି ହୋଇ ବକ୍ତା ଙ୍କ ନୀତିବାଣୀ, ନୀତିଶିକ୍ଷା କୁ ଗ୍ରହଣ କରିଥିଲେ । ଶେଷରେ ଦେବୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥଲେ ।