ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଙ୍କ ନିର୍ଦେଶ କ୍ରମେ ରାତ୍ର ସମୟରେ ଯାନ ବାହାନ ଯାଞ୍ଚ

0
57
ଥାନା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୩) : କାଶୀନଗର ସହର ତଥା ଏହାର ଆଖପାଖ ଅଞ୍ଚଳ ରେ ସ୍ଥାନୀୟ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଙ୍କ ନିର୍ଦେଶ କ୍ରମେ ରାତ୍ର ସମୟରେ ଯାନ ବାହାନ ଯାଞ୍ଚ କଡା କଡ଼ି କରାଯାଉଛି l

ସ୍ଥାନୀୟ ଥାନା ଅଧିକାରୀ ଆଗକୁ ବିଧାନସଭା ନିର୍ବାଚନ ଥିବା ହେତୁ ରାତ୍ର ସମୟରେ ପ୍ରତ୍ୟେକ ଗାଡିକୁ ତନ ତନ ଭାବେ ଯାଞ୍ଚ କରାଯାଉଛି ଏହା ସହିତ ମଦ୍ୟ ପାନ ପାଇଁ ମଧ୍ୟ ଯାଞ୍ଚ ହେଉଛି l ରାତ୍ର ସମୟରେ ଯାଞ୍ଚ ସମୟରେ ଦୁଇଟି ବାଲି ବୋଝଇ ଟ୍ରାକ୍ଟର ଯାହାର ନଂ (ଓ.ଡି ୨୦ ବି ୫୬୭୦) ଓ (ଓ.ଡି ୨୦ ସି ୭୧୮୯ ) ଚୋରାରେ ବାଲି ନେଉଥିବା ସମୟରେ ପୋଲିସ ହାବୁଡ଼ରେ ପଡି କୌଣସି ପ୍ରକାର କାଗଜ ପାତ୍ର ଠିକ ଭାବେ ଦେଖାଇ ନ ପରିବାରୁ ଦୁଇଟି ଟ୍ରାକ୍ଟରକୁ ଜବତ କରି ଥାନାରେ ଅଟକ ରଖାଯାଇ ଖଣି ବିଭାଗୀୟ ଅଧିକାରୀଙ୍କୁ ସୂଚନା ଦିଆ ଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ଗୌଡ଼ ପ୍ରକାଶ କରିଛନ୍ତି l