ପ୍ରାଥମିକ ସେବାଶ୍ରମ, ପୁଟୁରୁଗୁଡ଼ା ଠାରେ ବାର୍ଷିକ ଉତ୍ସବ ” ” ୨୦୨୩-୨୪” ଅନୁଷ୍ଠିତ

0
44
ପ୍ରାଥମିକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ବିଷମକଟକ, (୨/୪) : ବିଷମକଟକ ବ୍ଲକ୍ ଅନ୍ତର୍ଗତ ପ୍ରାଥମିକ ସେବାଶ୍ରମ ପୁଟୁରୁଗୁଡ଼ା ଠାରେ ତା ୦୧ . ୦୪.୨୦୨୪ ରିଖ ସୋମବାର ସକାଳ ୧୧ ଘଟିକା ସମୟରେ ବାର୍ଷିକ ଉତ୍ସବ ୨୦୨୩-୨୪” ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 04 02 at 07.11.19 ପ୍ରାଥମିକ ସେବାଶ୍ରମ, ପୁଟୁରୁଗୁଡ଼ା ଠାରେ ବାର୍ଷିକ ଉତ୍ସବ " " ୨୦୨୩-୨୪" ଅନୁଷ୍ଠିତ

ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ଶ୍ୟାମଘନ ଭୂୟାଁ ଜିଲ୍ଲା ଶିକ୍ଷାଧିକାରୀ ରାୟଗଡ଼ା, ମୁଖ୍ୟବକ୍ତା ରୂପେ ଶ୍ରୀଯୁକ୍ତ ଅଭୟ କୁମାର ବେହେରା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଷମ କଟକ, ସମ୍ମାନୀତ ଅତିଥି ରୂପେ ଶ୍ରୀ ମୋହନ କେର ମେରିକା ପ୍ରଧାନ ଶିକ୍ଷକ ପ୍ରାଥମିକ ସେବାଶ୍ରମ ମାଳତୀପୁର, ଆମନ୍ତ୍ରିତ ଅତିଥି ରୂପେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନାଗ ଆଞ୍ଚଳିକ ସାଧନ ସଂଯୋଜକ ଚ଼ାଟିକଣା, ତଥା କାର୍ଯ୍ୟକ୍ରମ ସଭାପତି ରୂପେ ଶ୍ରୀଯୁକ୍ତ ସିଲା ଶ୍ରୀନିବାସ ପ୍ରଧାନ ଶିକ୍ଷକ ମଞ୍ଚାସୀନ ଥିଲେ । ମଞ୍ଚରେ ପ୍ରଧାନ ଶିକ୍ଷକ ଦାୟିତ୍ଵରେ ଥିବା ଶ୍ରୀ ଦିଲୀପ କୁମାର ସାହୁ ମଞ୍ଚାସୀନ ଥିଲେ । ଉପସ୍ଥିତ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେବାଶ୍ରମର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଶିକ୍ଷୟିତ୍ରୀ ଶ୍ରୀମତି ଇଲା ମାଝୀ, ଶ୍ରୀମତି ନିଳେନ୍ଦ୍ରୀ କୁଟୁକା, ମେଟ୍ରୋନ ଶ୍ରୀମତି ସୁମିତ୍ରା ପାଣି , ପାଚ଼ିକା ଦ୍ୱୟ ଶ୍ରୀମତି ଅଞ୍ଜନା ମେନେକା ଓ ଶ୍ରୀମତି ପୂର୍ଣ୍ଣୀମା ମିଣିଆକା ସହଯୋଗ କରିଥିଲେ । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ । ବାର୍ଷିକ କ୍ରିଡା ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଆଶ୍ରମ ବିଦ୍ୟାଳୟ କେନ୍ଦୁଗୁଡ଼ାର ପ୍ରଧାନ ଶିକ୍ଷକ ଶ୍ରୀ ଦିଲୀପ କୁମାର ଚୌଧୁରୀ ପରିଚାଳନା କରିଥିଲେ I ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସେବାଶ୍ରମର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ I ପରିଶେଷରେ ଶ୍ରୀ ସିଲା ଶ୍ରୀନିବାସ ପ୍ରଧାନ ଶିକ୍ଷକ ଧନ୍ୟବାଦ ପ୍ରଦାନ କରିଥିଲେ ।