ପୁରୁଷୋତ୍ତମପୁର ସରକାରୀ ହାଇସ୍କୁଲର ପ୍ରତିଷ୍ଠାତାଙ୍କ ୧୨୪ ତମ ସ୍ମୃତିଚାରଣ ସଭା ଅନୁଷ୍ଠିତ

0
53
ପୁରୁଷୋତ୍ତମପୁର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୁଷୋତ୍ତମପୁର, (୦୮/୦୪) : ପୁରୁଷୋତ୍ତମପୁର ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟରେ ରବିବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ନରସିଂହ ଦାଶଙ୍କ ୧୨୪ ତମ ତିରୋଧାନ ଉତ୍ସବ ମହା ସମାରୋହରେ ପାଳନ କରାଯାଇଛି ।

ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ପୁର୍ଣିମା ସର୍ଦ୍ଧାର ନରସିଂହ ଦାଶ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ଏବଂ ହିନ୍ଦୀ ପ୍ରଚାର ସଭାର କୁଳପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ରଥ ସ୍ବର୍ଗତ ଦାଶ ଙ୍କ ସ୍ମୁତି ଚାରଣ କରିଥିଲେ, ଏହି ଉତ୍ସବ ରେ ଏହି ସ୍କୁଲର ଅବସର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଶ୍ରୀ ଯୁକ୍ତ ଏ.ରାଜ ଗୋପାଳ ରାଓ, ତାରାତାରିଣୀ କଲେଜର ଅଧ୍ୟାପକ ଡ଼ଃ ପ୍ରଶାନ୍ତ କୁମାର ପଟ୍ଟନାୟକ, ସରକାରୀ ଶିକ୍ଷଜ ଶ୍ରୀ ଯୁଧିଷ୍ଠିର ସାହୁ, ପୂର୍ବତନ ଛାତ୍ର ଶ୍ରୀଉଦୟନାଥବେହେରା, ନିରଞ୍ଜନମହାନ୍ତି,ବିରେନ ପଣ୍ଡା, କ୍ଷେତ୍ରବାସୀ ପ୍ରମୁଖ ଉପସ୍ଥିତ ଥିଲେ ।