ବେଳାଭୂମିରେ ବୁଲୁଥିଲେ ପର୍ଯ୍ୟଟକ, ହେଲା ବଜ୍ରପାତ

0
36
ବେଳାଭୂମିରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୦୮/୦୪) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ବର୍ଷା ସହ ଘଡ଼ଘଡି ହୋଇଥିଲା। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିରେ ବଜ୍ରପାତରେ ୩ ଜଣ ଗୁରୁତର ଆହାତ ହୋଇଛନ୍ତି ।

ଗୁରୁତର ମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ପଶ୍ଚିମ ବଙ୍ଗର ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମାନେ ହେଲେ ଭୋଗରାଇ ବ୍ଲକ ଉଦୟପୁର ଗ୍ରାମର ଜଣେ ଓ ଅନ୍ୟ ଦୁଇ ଜଣ ହେଉଛନ୍ତି ବାଙ୍ଗୀୟ ପର୍ଯ୍ୟଟକ ବୋଲି ଜଣା ଯାଇଛି । ଆଜି ସନ୍ଧ୍ୟାରେ ଓଡିଶା ଉଦୟପୁର ବେଳାଭୂମିରେ ବର୍ଷା ହୋଇଥିଲା । ସେଇ ସମୟରେ ଉଦୟପୁର ଗ୍ରାମର ଜଣେ ଲୋକ ଓ ଅନ୍ୟ ଦୁଇ ଜଣ ବାଙ୍ଗୀୟ ପର୍ଯ୍ୟଟକ ବେଳା ଭୂମି ରେ ବୁଲୁ ଥିବା ସମୟରେ ବଜ୍ରପାତରେ ଗୁରୁତର ଆହାତ ହୋଇଛନ୍ତି ।