ପାଣି ପାଇଁ ଡହଳବିକଳ ଗ୍ରାମବାସୀ, ନଦୀ ପାଣିରେ ମେଣ୍ଟୁଛି ଶୋଷ

0
15
ପାଣି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନବରଙ୍ଗପୁର, (୨୦/୦୪) : ବିଶୁଦ୍ଧ ଜଳ ଯୋଗାଣର ବିକଳ ଚିତ୍ର । ପାଣି ପାଇଁ ଡହଳବିକଳ ହେଉଛନ୍ତି କୁମ୍ଭାରସାହିର ଗ୍ରାମବାସୀ। ନଦୀ ପାଣିରେ ମେଣ୍ଟୁଛି ଶୋଷ ।

ଚାରି ବର୍ଷ ହେଲା ପାଣି ନାହିଁ କେତେବେଳେ ଚୁଆ ଖୋଳି ତ ଆଉ କେତେବେଳେ ନଦୀର ଗୋଳିଆ ପାଣି ହିଁ ଗାଁ ଲୋକଙ୍କ ଭରଷା । ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜାନା କାହା ପାଇଁ । ଆଜକୁ ଚରି ବର୍ଷ ହେବ ପାନୀୟ ଜଳରୁ ବଞ୍ଚିତ । ପାଣି ଟୋପେ ପାଇଁ ହନ୍ତସନ୍ତ ଝରୀଗାଁ ବ୍ଲକ, ବେଲଗାଁ ଗ୍ରାମପଞ୍ଚାୟତର ଏହି ନୂଆଁ କୁମ୍ଭାରସାହି ର ଗ୍ରାମବାସୀ । ସରକାର ବିକାଶର ନାରା ପିଟୁଥିବା ବେଳେ ଏଠି ଦେଖିବାକୁ ମିଳିଛି ବିକାଶର ନଗ୍ନ ଚିତ୍ର ।

ବେଲଗାଁର ଜଳକଷ୍ଟ । ଏଠି ଲୋକଙ୍କୁ ସତଉଛି ଜଳାଭାବ। ଆଜକୁ ଚାରି ବର୍ଷ ହେବ ବେଲଗାଁ ରୁ ପାଖାପାଖି କୋଡିଏ ପରିବାର ବସ୍ତି ବାନ୍ଧି ରହିଥିବା ବେଳେ ପାନୀୟଜଳର ସମସ୍ୟା ଲାଗି ରହିଛି । ଗାଁ ଠାରୁ ଦୁଇକିଲୋମିଟର ଚାଲିଲେ ମିଳେ ଚୁଆ ପାଣି । ଦୀର୍ଘ ଚାରିବର୍ଷ ଧରି ଜଳକଷ୍ଟ ଭୋଗୀଆସୁଥିବା ଶୁଣିନି ପ୍ରଶାସନ ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁ ଭିତରେ ଥିବା ନଳକୂଅକୁ ପାଣିପାଇଁ ଗଲେ କୋଡିଏ ପରିବାର କୁ ପାଣି ଦେବା ଲାଗି ଗାଁ ଲୋକେ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ସମୟ ସମୟରେ ଘଣ୍ଟା ଘଣ୍ଟା ଧରି ଗାଁ ନଳକୂଅ ଆଗରେ ସେମିତି ଛିଡା ହେଵାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ବେଲଗାଁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି ନାଁ ସରକାର ସବୁ ଦେଖି ଚୁପ୍ ରହୁଛନ୍ତି ।

Leave a Reply